କମଲନାଥଙ୍କ ପୁଅ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସ୍ତ୍ରୀଙ୍କୁ ଲୋକସଭା ଟିକେଟ ଦେବ କଂଗ୍ରେସ !

ନୂଆଦିଲ୍ଲୀ:ମଧ୍ୟ ପ୍ରଦେଶରେ ମୁଖ୍ୟମନ୍ତ୍ରୀ କମଲନାଥ ନିଜର ଛିନ୍ଦଓ୍ଵାଡ଼ା ଲୋକସଭା ଆସନ ପୁଅକୁ ଦେବା ଲାଗି ଯୋଜନା କରିଥିବା ବେଳେ ଦଳର ଅନ୍ୟତମ ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ପତ୍ନୀ ପ୍ରିୟଦର୍ଶିନୀ ରାଜେଙ୍କୁ ବି ଲୋକସଭା ଟିକେଟ୍‌ ଦେଉଥିବା ନେଇ ଚର୍ଚ୍ଚା ଜୋରସୋରରେ ଚାଳିଛି। କମଲନାଥ ପୁଅ ନକୁଲନାଥଙ୍କୁ ଛିନ୍ଦଓ୍ଵାଡାରୁ ଲୋକସଭା ସଭାରୁ ପ୍ରାର୍ଥୀ କରିବା ଲାଗି ଲବି ଚଳାଇଛନ୍ତି।

ଠିକ୍‌ ସେହିପରି ଜ୍ୟୋତିରାଦିତ୍ୟଙ୍କ ପତ୍ନୀ ପ୍ରିୟଦର୍ଶିନୀ ଆସନରୁ ଲୋକସଭା ପ୍ରାର୍ଥୀ ହେବାର ସମ୍ଭାବନା ରହିଛି। ଉତ୍ତର ପ୍ରଦେଶର (ପଶ୍ଚିମ)ର ପ୍ରଭାରୀ ତଥା ସାଧାରଣ ସଂପାଦକ ଦାୟିତ୍ୱରେ ବି ଅଛନ୍ତି ଜ୍ୟୋତି ରାଦିତ୍ୟ ସିନ୍ଧିଆ। ସେ ରାହୁଲ ଗାନ୍ଧୀଙ୍କର ନିକଟତର ବୋଲି କୁହାଯାଉଛି। ଏଭଳି ପରିସ୍ଥିତି ଉପୁଜିଥିବାରୁ କଂଗ୍ରେସରେ ଅନ୍ତକନ୍ଦଳ ବୃଦ୍ଧି ହୋଇଥିବାରୁ କୁହାଯାଉଛି।

ଉଭୟ ବରିଷ୍ଠ ନେତା ନିଜ ସଂପର୍କୀୟମାନଙ୍କୁ ଟିକେଟ୍‌ ଦେବା ଲାଗି ଲବି କରୁଥିବା ହେତୁ ଅନ୍ୟ ଆଶାୟୀ ପ୍ରାର୍ଥୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏବେ ଦେଖିବା କଥା କଂଗ୍ରେସ ଉଭୟଙ୍କୁ ପ୍ରାର୍ଥୀ କରୁଛି କି ନା!

ସମ୍ବନ୍ଧିତ ଖବର