କମଲନାଥଙ୍କୁ ହତ୍ୟା ଉଦ୍ୟମ: ବନ୍ଧୁକ ସହ ଅଙ୍ଗରକ୍ଷୀ ଗିରଫ

କଂଗ୍ରେସର ଆନ୍ଦୋଳନ ଚେତାବନୀ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କମଳନାଥଙ୍କୁ ଆଜି ତାଙ୍କର ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ପୁଲିସ୍‌ କନେଷ୍ଟବଳ ଗୁଳିକରି ହତ୍ୟା କରିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି। ତେବେ ଅନ୍ୟ ପୁଲସ କର୍ମଚାରୀଙ୍କ ତତ୍‌୍‌କ୍ଷଣାତ କାର୍ଯ୍ୟାନୁଷ୍ଠାନ ଯୋଗୁଁ କମଳନାଥ ସଂପୂର୍ଣ୍ଣ ସୁରକ୍ଷିତ ଥିବାବେଳେ ହତ୍ୟା ଉଦ୍ୟମ କରିଥିବା ପୁଲିସ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ କନେଷ୍ଟବଳ ରତ୍ନେଶ ପାଓ୍ଵାରଙ୍କୁ ତୁରନ୍ତ ନିଲମ୍ବନ କରାଯିବା ସହ ଘଟଣାର ବିଭାଗୀୟ ତଦନ୍ତ ଜାରି ରହିଥିବା ଏଏସ୍‌ପି ନୀରଜ ସୋନି କହିଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତ ଉକ୍ତ ଘଟଣା ସମ୍ପର୍କରେ କିଛି ଜାଣନ୍ତି ନାହିଁ ବୋଲି ମନ୍ତବ୍ୟ ଦେଇଛନ୍ତି।
ମିଳିଥିବା ଖବର ମୁତାବକ, କମଳନାଥ ତାଙ୍କ ସଂସଦୀୟ କ୍ଷେତ୍ର ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡ଼ାକୁ ୪ଦିନିଆ ଗସ୍ତରେ ଥିବା ବେଳେ ସେଠାରୁ ଶୁକ୍ରବାର ସଂନ୍ଧ୍ୟାରେ ନୂଆଦିଲ୍ଲୀ ଆସିବା ପାଇଁ ବାହାରିଥିଲେ। ଇମଲିଖେରା ଏୟାର ଷ୍ଟ୍ରିପ୍‌୍‌ ନିକଟରେ ସେ ପହଞ୍ଚିବାକ୍ଷଣି ଉକ୍ତ କନେଷ୍ଟବଳ ଜଣକ ଅନ୍ୟ ଜଣେ ପୁଲିିସ କର୍ମଚାରୀଙ୍କ ବନ୍ଧୁକ ଛଡାଇ କମଳନାଥଙ୍କୁ ଗୁଳି କରିବାକୁ ଉଦ୍ୟମ କରିଥିଲା। ସେଠାରେ ଉପସ୍ଥିତ ଅନ୍ୟ ସୁରକ୍ଷାକର୍ମୀ ତୁରନ୍ତ ରତ୍ନେଶଙ୍କୁ କାବୁ କରିନେଇ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ ଏବଂ ଗିରଫ କରିଥିଲେ। ଅଭିଯୁକ୍ତ ରତ୍ନେଶଙ୍କୁ ଗତକାଲି ସଂନ୍ଧ୍ୟାରେ କମଳନାଥଙ୍କ ସୁରକ୍ଷା କର୍ମୀଭାବେ ନିୟୋଜିତ କରାଯାଇଥିଲା। ତେବେ ସେ କାହିଁକି କମଲନାଥଙ୍କୁ ହତ୍ୟା ଉଦ୍ୟମ କରିଥିଲେ ସେନେଇ ପୁଲିସ୍‌ ୨୪ଘଣ୍ଟା ମଧ୍ୟରେ କାରଣ ପ୍ରକାଶ ନକେଲ ମଧ୍ୟପ୍ରଦେଶ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଉଲ୍ଲେଖଯୋଗ୍ୟ, କଂଗେସ ନେତା କମଲନାଥ ୟୁପିଏ ସରକାର ସମୟରେ ସହରାଞ୍ଚ ବିକାଶ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର