ମଧ୍ୟପ୍ରଦେଶ ରାଜ୍ୟ କଂଗ୍ରେସ ମୁଖ୍ୟ ହେଲେ କମଲ୍‌ ନାଥ

ନୂଆଦିଲ୍ଲୀ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ କଂଗ୍ରେସ ଶେଷରେ ବରିଷ୍ଠ ନେତା କମଲ୍‌ ନାଥଙ୍କୁ ଏହାର ମଧ୍ୟପ୍ରଦେଶ ରାଜ୍ୟ ମୁଖ୍ୟ ଭାବେ ନିଯୁକ୍ତି ଦେଇଛି। ଆଗକୁ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଥିବାରୁ କଂଗ୍ରେସ ରାଜ୍ୟରେ ଏହାର ସ୍ଥିତି ସୁଦୃଢ଼ କରିବାପାଇଁ ବରିଷ୍ଠ ନେତା କମଲ୍‌ଙ୍କୁ ରାଜ୍ୟ ମୁଖ୍ୟ ଭାବେ ନିଯୁକ୍ତି ଦେଇଛି। ତେବେ ନିର୍ବାଚନୀ ପ୍ରଚାର କମିଟିର ମୁଖ୍ୟ ଦାୟିତ୍ୱ ଦିଆଯାଇଛି ଯୁବ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ। ଦଳ ମଧ୍ୟ ୪ ଆଦିବାସୀ ନେତା ବଳ ବଚ୍ଚନ୍‌, ବରିଷ୍ଠ ବିଧାୟକ ରାମନିବାସ ରାଓ୍ଵତ, ଇଣ୍ଡୋର ବିଧାୟକ ଜିତୁ ପଟଓ୍ଵାରି ଏବଂ ନେତା ସୁରେନ୍ଦ୍ର ଚୌଧୁରୀଙ୍କୁ କାର୍ଯ୍ୟକାରୀ ସଭାପତି ରୂପେ ଘୋଷଣା କରିଛି।

ସମ୍ବନ୍ଧିତ ଖବର