କର୍ଣ୍ଣାଟକର ପ୍ରତିଶୋଧ ମଧ୍ୟପ୍ରଦେଶରେ ନେଲା କଂଗ୍ରେସ, ରାଜ୍ୟ ସରକାରଙ୍କୁ ସମର୍ଥନ କଲେ ୨ ବିଜେପି ବିଧାୟକ

ଭୋପାଳ : ଗତକାଲି କର୍ଣ୍ଣାଟକରେ କେତେକ କଂଗ୍ରେସ ବିଧାୟକ ଆସ୍ଥାଭୋଟରେ ଅନୁପସ୍ଥିତ ରହି ନିଜ ସରକାରକୁ ଭାଙ୍ଗିବାରେ ସହାୟକ ହୋଇଥିଲେ । ଏହା ସହିତ ସେମାନେ ପରୋକ୍ଷରେ ବିଜେପିକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଥିଲା । ଆଜି ଏହାର ପ୍ରତିଶୋଧ ନେଇଛି କଂଗ୍ରେସ । ମଧ୍ୟପ୍ରଦେଶରେ ଆଜି ଦୁଇଜଣ ବିଜେପି ବିଧାୟକ କହିଛନ୍ତି ଯେ ସେମାନେ ବିଜେପିରେ ରହିବାକୁ ଚାହୁଁନାହାନ୍ତି ଓ ଖୁବଶୀଘ୍ର କଂଗ୍ରେସରେ ଯୋଗ ଦେବେ ।

ଏହି ଦୁଇଜଣ ବିଜେପି ବିଧାୟକ ହେଲେ ନାରାୟଣ ତ୍ରିପାଠୀ ଓ ଶରଦ କଲ । ଏହି ଦୁଇଜଣ ପୂର୍ବରୁ କଂଗ୍ରେସରେ ଥିବାବେଳେ କିଛି ବର୍ଷ ତଳେ ବିଜେପିକୁ ଆସିଥିଲେ । ସେମାନେ କହିଛନ୍ତି ଯେ ନିଜ ନିଜ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ସେମାନେ କଂଗ୍ରେସ ସରକାରଙ୍କୁ ସମର୍ଥନ କରିବେ । ଆଜି ରାଜ୍ୟ ବିଧାନସଭାରେ ଅପରାଧିକ ଆଇନ (ମଧ୍ୟପ୍ରଦେଶ ସଂଶୋଧନ) ବିଲକୁ ଏହି ଦୁଇ ବିଧାୟକଙ୍କ ସମେତ ମୋଟ ୧୨୨ଜଣ ସମର୍ଥନ କରିଥିଲେ ।

ସମ୍ବନ୍ଧିତ ଖବର