ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଖୁଲାସା : ଗୁଳି କରିବା ପୂର୍ବରୁ ୧୫ଥର ଧାରୁଆ ଅସ୍ତ୍ରରେ ହିନ୍ଦୁ ମହାସଭା ନେତା କମ୍‌ଲେଶଙ୍କୁ ଆକ୍ରମଣ କରାଯାଇଥିଲା

ଲକ୍ଷ୍ନୌ : ଗତ ଶୁକ୍ରବାର ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ହିନ୍ଦୁ ମହାସଭା ନେତା କମ୍‌ଲେଶ ତିଓ୍ଵାରୀଙ୍କୁ ହତ୍ୟା କରାଯାଇଥିଲା । ଏବେ ତାଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି । ଯେଉଁଥିରୁ ସ୍ପଷ୍ଟ ହୋଇଛି କି, ତାଙ୍କୁ ଗୁଳିକରି ହତ୍ୟା କରାଯିବା ପୂର୍ବରୁ ୧୫ଥର ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଶରୀରର ଉପର ଭାଗରେ ଅଭିଯୁକ୍ତମାନେ ଆକ୍ରମଣ କରିଥିବା ବେଳେ ତାଙ୍କ ବେକ ଓ ଛାତିରେ ଆକ୍ରମଣର ଚିହ୍ନ ରହିଛି । ଧାରୁଆ ଅସ୍ତ୍ରରେ ତାଙ୍କ ବେକ ଓ ଛାତିକୁ ଆକ୍ରମଣ କରିବା ପରେ ତାଙ୍କ ମୁଣ୍ଡକୁ ଅଭିଯୁକ୍ତମାନେ ଗୁଳି କରିଥିଲେ ବୋଲି ବ୍ୟବଚ୍ଛେଦ ରିପୋର୍ଟରୁ ଜଣା ପଡ଼ିଛି । ବ୍ୟବଚ୍ଛେଦ ପରେ ତାଙ୍କ ମୁଣ୍ଡରୁ ଏକ ବୁଲେଟ୍‌ ବାହାର କରାଯାଇଥିବା ଜଣା ପଡ଼ିଛି ।

Image result for kamlesh-tiwari
DNA India

ସୂଚନା ମୁତାବକ, ଅକ୍ଟୋବର ୧୮ରେ କମ୍‌ଲେଶଙ୍କୁ ତାଙ୍କ ଘରେ ଥିବା ଦଳୀୟ କାର୍ଯ୍ୟାଳୟରେ ହତ୍ୟା କରାଯାଇଥିଲା । ଅଭିଯୁକ୍ତମାନେ ମିଠା ବାକ୍ସରେ ଧାରୁଆ ଅସ୍ତ୍ର ଲୁଚାଇ ଆଣିଥିବା ବେଳେ କିଛି ସମୟ କଥା ହେବା ପରେ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ  ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ହତ୍ୟା କରାଯିବା ପରେ ମଙ୍ଗଳବାର ଗୁଜୁରାଟର ଆଣ୍ଟି ଟେରୋରିଜିମ୍‌ ସ୍କାର୍ଡ ଗୁଜୁରାଟ-ରାଜସ୍ଥାନ ସୀମାରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

ସମ୍ବନ୍ଧିତ ଖବର