କମଲେଶ ହତ୍ୟାକାଣ୍ଡ : ୪ର୍ଥ ଅଭିଯୁକ୍ତ ନାଗପୁରରୁ ଗିରଫ

ନାଗପୁର : ଲକ୍ଷ୍ନୌରେ ଗତ ସପ୍ତାହରେ ହୋଇଥିବା ବହୁଚର୍ଚ୍ଚିତ କମଲେଶ ତିଓ୍ଵାରୀ ହତ୍ୟାକାଣ୍ଡରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଏହି ଅଭିଯୁକ୍ତର ନାଁ ସୟଦ ହାସିମ ଅଲ୍ଲୀ । ତାକୁ ମହାରାଷ୍ଟ୍ରର ଏଟିଏସ ନାଗପୁରରୁ ଗିରଫ କରିଛି । ନାଗପୁରରେ ସେ ଏକ ହାର୍ଡଓ୍ଵାର ଷ୍ଟୋର ଚଳାଉଥିଲା ।
ପୂର୍ବରୁ ଉତ୍ତରପ୍ରଦେଶ ପୁଲିସ ଓ ଗୁଜୁରାଟ ପୁଲିସର ଏକ ମିଳିତ ଟିମ ସୁରତରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହି ୩ ଜଣଙ୍କ ନାଁ ହେଲା ରସିଦ, ମହସୀନ ଓ ଫଇଜାନ । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ସୟଦ ଉକ୍ତ ୩ ଜଣଙ୍କ ସହ ନିୟମିତ ଯୋଗାଯୋଗରେ ଥିଲା । ଏପରିକି ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ରସିଦ ହତ୍ୟା କରିବା ପରେ ସୟଦଙ୍କୁ ଫୋନ କରିଥିଲା । ପୂର୍ବରୁ ମଧ୍ୟ ସୟଦ ଏକ ୟୁଟ୍ୟୁବ ଭିଡିଓ ଜାରି କରି କମଲେଶକୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲା । କମଲେଶ ତାଙ୍କ ଧର୍ମକୁ ଆଘାତ ପହଞ୍ଚାଇଥିବାରୁ ସେ ମରିବା ଉଚିତ ବୋଲି ସେ ଏହି ଭିଡିଓରେ କହିଥିଲା ।

ସମ୍ବନ୍ଧିତ ଖବର