କାନ୍ଦାହାରରେ ବିସ୍ଫୋରଣ: ୧୬ ପୁଲିସ କର୍ମୀ ନିହତ

କାବୁଲ୍‌ : ଆଫଗାନ୍‌ ସେନାବାହିନୀ ଆଜି କାନ୍ଦାହାରର ଦକ୍ଷିଣ ସହରରେ ଏକ ବିସ୍ଫୋରକ ପୂର୍ଣ୍ଣ କଣ୍ଟେନରକୁ ନଷ୍ଟ କରିବାକୁ ଚେଷ୍ଟା କରୁଥିବାବେଳେ ଦୁର୍ଭାଗ୍ୟବଶତଃ ଏହା ବିସ୍ଫୋରଣ ହୋଇଥିଲା। ଏହି ଭୟଙ୍କର ବିସ୍ଫୋରଣରେ ୧୬ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଆହୁରି ୩୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବ ବୋଲି ଆଶଙ୍କା କରାଯାଉଛି। ଜଣାଯାଇଛି ଯେ ମୃତ ୧୬ ଜଣଙ୍କ ମଧ୍ୟରେ ୪ ଜଣ ସୁରକ୍ଷାକର୍ମୀ ରହିଛନ୍ତି। ବିସ୍ଫୋରଣରେ ୫ ଜଣ ଶିଶୁ ମଧ୍ୟ ଆହତ ହୋଇଛନ୍ତି। ନିକଟସ୍ଥ ଅଞ୍ଚଳରେବହୁ ସଂଖ୍ୟାରେ ଦୋକାନ ଏବଂ ଘରଦ୍ୱାର ଭାଙ୍ଗି ପଡ଼ିଛି। ଏକ କାର୍‌ ମରାମତି ଦୋକାନରେ ଏହି ବିସ୍ଫୋରକ ଭର୍ତ୍ତିର୍ କଣ୍ଟେନର ମିଳିଥିଲା। ଏହା ତାଲିବାନ ଆତଙ୍କବାଦୀଙ୍କ କାଣ୍ଡ ବୋଲି ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର