ଏଫ୍‌ଟିଆଇଆଇକୁ ଡ୍ୟାନି, କଙ୍ଗନାଙ୍କ ସମେତ ୧୨ ମନୋନୀତ

ମୁମ୍ବାଇ: ଭାରତୀୟ ଚଳଚ୍ଚିତ୍ର ଓ ଟେଲିଭିଜନ୍‌ ସଂସ୍ଥାନ (ଏଫ୍‌ଟିଆଇଆଇ)ର ସଦସ୍ୟ ଭାବେ ୧୨ ଜଣ ମନୋନୀତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଭିନେତା ଡ୍ୟାନି ଦେନ୍‌ଜୋଙ୍ଗ୍‌ପା, କଙ୍ଗନା ରାଣାଓ୍ଵତ୍‌, ଦିବ୍ୟା ଦତ୍ତ, ଅରବିନ୍ଦ ସ୍ୱାମୀ, ଗାୟକ ଅନୁପ ଜଲୋଟା, ୟେସୁଦାସ ଏବଂ ଅର୍ଚ୍ଚନା ରାକେଶ ସିଂହ ପ୍ରମୁଖ ରହିଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏମାନଙ୍କୁ ଚୟନ କରାଯାଇଛି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏଫ୍‌ଟିଆଇଆଇର ଅଧ୍ୟକ୍ଷ ଭାବେ ଅନୁପମ୍‌ ଖେର୍‌ଙ୍କୁ ନିଯୁକ୍ତି ମିଳିବାର ୧୧ ମାସ ପରେ ଏହି ୧୨ ଜଣ ସଦସ୍ୟଙ୍କୁ ଚୟନ କରାଯାଇଛି।

ସମ୍ବନ୍ଧିତ ଖବର