ରୋଗୀଙ୍କ ପେଟରେ ଥିଲା ପିତଳ ଗ୍ଲାସ, ଅସ୍ତ୍ରୋପଚାର କରି ବାହାର କଲେ ଡ଼ାକ୍ତର

କାନ୍‌ପୁର : କାନ୍‌ପୁରରେ ଘଟିଛି ଏକ ଅଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । କାନ୍‌ପୁରରେ ଥିବା ରାମା ହସ୍ପିଟାଲରେ ଜଣେ ରୋଗୀଙ୍କ ପେଟରୁ ପିତଳ ଗ୍ଲାସ ବାହାରିବା ଘଟଣା ଏବେ ସେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଜୁନ୍‌ ୧୬ରେ ପୀଡ଼ିତ ଜଣଙ୍କ ପେଟ ବିନ୍ଧା ହେବାରୁ ଚିକିତ୍ସା ପାଇଁ ରାମା ହସ୍ପିଟାଲରେ ପହଞ୍ଚିଥିଲେ । କାରଣ ଜାଣିବା ପାଇଁ ତାଙ୍କର ଏକ୍ସରେ କରାଯାଇଥିବା ବେଳେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ପେଟରେ ପିତଳ ଗ୍ଲାସ ଦେଖି ଡ଼ାକ୍ତର ଆଶ୍ଚର୍ଯ୍ୟ ହୋଇ ଯାଇଥିବା ବେଳେ ବୁଧବାର ତାଙ୍କର ସଫଳ ଅସ୍ତ୍ରୋପଚାର କରାଯାଇଥିବା ଜଣାପଡ଼ିଛି ।

oneindia.com

ଅସ୍ତ୍ରୋପଚାର ପାଇଁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଥିବା ବେଳେ ପୀଡ଼ିତଙ୍କ ଅବସ୍ଥା ଏବେ ସ୍ଥିର ରହିଛି । ପେଟକୁ କିପରି ପିତଳ ଗ୍ଲାସ ଗଲା ସେ ନେଇ ପଚରାଯିବା ପରେ ପୂରା ଘଟଣା ଜଣାଇଥିଲେ ପୀଡ଼ିତ ରାମଦିନ୍‌ । ଏକ ଡ଼ାକ୍ତରଖାନାରେ ଗାର୍ଡ଼ ଭାବରେ କାମ କରୁଥିବା ରାମଦିନ୍‌ଙ୍କୁ ୧୦ ଦିନ ପୂର୍ବରୁ କିଛି ଲୋକ ଦଳବନ୍ଧ ଭାବରେ ଆକ୍ରମଣ କରି ତାଙ୍କଠାରୁ ଟଙ୍କା ଲୁଟି ଥିଲେ । ମାଡ଼ ମାରି ରାମଦିନଙ୍କୁ ବେହୋସ କରିବା ପରେ ତାଙ୍କ ମଳଦ୍ୱାରରେ ଦୁବୃର୍ତ୍ତମାନେ ପିତଳ ଗ୍ଲାସ ଭର୍ତ୍ତି କରି ଦେଇଥିଲେ । ଯାହା ତାଙ୍କ ପେଟକୁ ଚାଲି ଯାଇଥିଲା ।

ସମ୍ବନ୍ଧିତ ଖବର