କାନ୍‌ସାସ୍‌ ଗୁଳିକାଣ୍ଡ: ଭାରତୀୟ ଇଞ୍ଜିନିୟର୍‌ ଶ୍ରୀନିବାସଙ୍କୁ ହତ୍ୟା କରିଥିବା ଆମେରିକୀୟ ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡ

0 383

ଓ୍ଵାସିଂଟନ୍‌: ବର୍ଣ୍ଣବ୍ୟଷମ୍ୟ କାରଣରୁ ଗତବର୍ଷ କାନ୍‌ସାସ୍‌ ସହରର ଏକ ବାର୍‌ରେ ଭାରତୀୟ ଇଞ୍ଜିନିୟର୍‌ ଶ୍ରୀନିବାସ କୁଚିଭୋତ୍‌ଲାଙ୍କୁ ହତ୍ୟା କରିଥିବା ଆମେରିକୀୟ ନୌସେନାର ଜଣେ ପୂର୍ବତନ ସୈନିକଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି।

ଏ ବର୍ଷ ମାର୍ଚ ମାସରେ ୫୨ ବର୍ଷିୟ ଆଦାମ୍‌ ପ୍ୟୁରିଟନ୍‌ କୁଚିଭୋତଲା ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ତାଙ୍କ ବିରୋଧରେ ୩୨ ବର୍ଷିୟ କୁଚିଭୋତ୍‌ଲାଙ୍କୁ ବେଆଇ ଭାବେ ହତ୍ୟା କରିଥିବାର ମାମଲା ରୁଜୁ ହେବା ସହ ତାଙ୍କ ବନ୍ଧୁ ଆଲୋକ ମଦସନି ଏବଂ ଜଣେ ଦେଖଣାହାରିଙ୍କୁ ମଧ୍ୟ ବେଆଇନ ଭାବେ ହତ୍ୟା କରିବା ମାମଲା ଲାଗୁ କରାଯାଇଥିଲା। ଗତବର୍ଷ ଫେବ୍ରୁଆରି ୨୨ ତାରିଖରେ ଓଲେଥ୍‌ ସହର ଅନ୍ତର୍ଗତ ଅଷ୍ଟିନ୍‌ସ୍‌ ବାର୍‌ ଆଣ୍ଡ୍‌ ଗ୍ରୀଲ୍‌ରୁ ଖସି ପଳାଉଥିବା ପ୍ୟୁରିନ୍‌ଟନ୍‌ ସେ ଦେଖଣାହାରିଜଣକ ଧରିବାକୁ ଗୋଡ଼ାଇ ଯାଇଥିଲେ।
କୁଚିଭୋତ୍‌ଲାଙ୍କୁ ଗୁଳି ମାରିବା ପୂର୍ବରୁ ପ୍ୟୁରିନ୍‌ଟନ୍‌ ଚିତ୍କାର କରିଥିଲେ: ମୋ ଦେଶରୁ ବାହାରି ଯାଆ। ପରେ ପରେ ଗୁଳି ଚୋଟରେ ଆହତ କୁଚିଭୋତ୍‌ଲାଙ୍କର ଦେହାନ୍ତ ହୋଇଯାଇଥିଲା।

ଗତକାଲି କାନ୍‌ସାସ୍‌ର ଜଣେ ଫେଡେରାଲ୍‌ ଜଜ୍‌ ପ୍ୟୁରିନ୍‌ଟନ୍‌ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ବାକି ଦୁଇଟି ବେଆଇନ୍‌ ହତ୍ୟା ଉଦ୍ୟମ ପାଇଁ ମଧ୍ୟ ତାଙ୍କୁ ୧୬୫ ମାସ ଲେଖାଁଏ କାରଦଣ୍ଡାଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.