ବିଜେପିରେ ମିଶିଲେ ଆପରୁ ନିଲମ୍ବିତ ବିଧାୟକ କପିଳ ମିଶ୍ର

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ସଦସ୍ୟତା ରଦ୍ଦ କରାଯିବା ପରେ ଓ ଅଯୋଗ୍ୟ ଘୋଷିତ ହୋଇଥିବା ଆପ ବିଧାୟକ କପିଳ ମିଶ୍ର ଶନିବାର ଦିନ ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି | ସେ ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷ ମନୋଜ ତିୱାରୀ ଓ ବିଜୟ ଗୋୟଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି | ସୂଚନାଯୋଗ୍ୟ ଯେ ଦିଲ୍ଲୀ ସରକାରରେ କ୍ୟାବିନେଟ ମନ୍ତ୍ରୀ ରହି ସାରିଥିବା କପିଲ ମିଶ୍ର ଲଗାତାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ବୟାନ ଦେଇଥିଲେ |

କେଜ୍ରିୱାଲଙ୍କ ବିରୋଧରେ ବିଭିନ୍ନ ପ୍ରକାର ଅନିୟମିତତାର ଅଭିଯୋଗ ଆଣୁଥିଲେ । ଯାହାଫଳରେ ଆମ ଆଦମୀ ପାର୍ଟିରେ ଅସନ୍ତୋଷ ସୃଷ୍ଟି ହେବା ପରେ ଆପ ବିଧାୟକ ସୌରଭ ଭରଦ୍ୱାଜ କପିଲ ମିଶ୍ରଙ୍କ ବିରୋଧରେ ଯାଚିକା ଦାଖଲ କରିଥିଲେ ।

ଅଗଷ୍ଟ ୨ ତାରିଖରେ କପିଳ ମିଶ୍ରଙ୍କ ବିରୋଧରେ ଦଳ ବଦଳ ଆଇନ ବ୍ୟବହାର କରି ଦିଲ୍ଲୀ ବାଚସ୍ପତି ତାଙ୍କ ସଦସ୍ୟତା ରଦ୍ଦ କରିଥିଲେ । ଗତ ଲୋକସଭା ନିର୍ବାଚନରେ ବିଜେପି ସମର୍ଥନରେ କପିଳ ପ୍ରଚାର ମଧ୍ୟ କରିଥିଲେ |

ସମ୍ବନ୍ଧିତ ଖବର