‌ଲୋକସଭା ନିର୍ବ‌ାଚନ ଲଢ଼ିବେ କରୀନା!

ଭୋପାଳ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଆସନ୍ତା ଲୋକସଭା ନିର୍ବାଚନ ଲଢ଼ିପାରନ୍ତି। କରୀନା ଭୋପାଳରୁ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି। କଂଗ୍ରେସ ନେତାମାନେ ଏନେଇ ଦାବି ଉପସ୍ଥାପନ କରିଛନ୍ତି। କଂଗ୍ରେସ ନେତା ଗୁଡ଼ୁ ଚୌହାନ ଏବଂ ଅନିସ୍‌ ଖାନ୍‌ଙ୍କ କହିବାନୁଯାୟୀ କରୀନାଙ୍କୁ ପ୍ରାର୍ଥୀ କ‌ରାଗଲେ ‌ଭୋପାଳ ସହରରୁ ବିଜେପିକୁ ହରାଇବା ସହଜ ହୋଇପାରିବ। ଭୋପାଳରୁ ଜଣେ ବିଜେପି ସାଂସଦଙ୍କୁ ଲଗାତାର ନିର୍ବାଚିତ କରାଯାଉଥିବାରୁ ତାଙ୍କୁ ହଟାଇବା ଉଦ୍ଦେଶ୍ୟରେ କରୀନାଙ୍କୁ ପ୍ରାର୍ଥୀ କରିବାପାଇଁ ଏହି କଂଗ୍ରେସ ନେତାମାନେ ଚାହିଛନ୍ତି। ଏନେଇ ଖୁବ୍‌ ଶୀଘ୍ର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ମଧ୍ୟ ପ୍ରସ୍ତାବ ଦିଆଯିବ। ‌ତେବେ କରୀନାଙ୍କ ପକ୍ଷରୁ ନିର୍ବାଚନ ଲଢ଼ିବା ନେଇ କୌଣସି ସୂଚନା ମିଳିନି।

ସମ୍ବନ୍ଧିତ ଖବର