ଏପ୍ରିଲ କିମ୍ବା ମେ’ ପ୍ରାରମ୍ଭରେ ହେବ କର୍ଣ୍ଣାଟକ ନିର୍ବାଚନ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆସନ୍ତା ଏପ୍ରିଲ କିମ୍ବା ମେ’ ପ୍ରାରମ୍ଭରେ ଶେଷ ହେବ ବୋଲି ଆଜି ନିର୍ବାଚନ କମିସନ ସ୍ପଷ୍ଟ କରିଛନ୍ତି। ଏପ୍ରିଲ ପ୍ରଥମ ସପ୍ତାହରେ ମୁଖ୍ୟ ନିର୍ବାଚନ ଅଧିକାରୀ କର୍ଣ୍ଣାଟକ ଗସ୍ତ କରି ବିଭିିନ୍ନ ସରକାରୀ ପଦାଧିକାରୀଙ୍କ ସହ ନିର୍ବାଚନ ସମ୍ପର୍କିତ ବୈଠକ ସାରି ଫେରିବା ପରେ ନିର୍ବାଚନ ତାରିଖ ଘୋଷଣା କରାଯିବ। ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟକାଳ ଚଳିତବର୍ଷ ମେ’ ୨୮ ତାରିଖରେ ଶେଷ ହେବାକୁ ଯାଉଛି। ଗୋଟିଏ ପରେ ଗୋଟିଏ ଦେଶର ୨୧ଟି ରାଜ୍ୟ ଦଖଲ କରିସାରିଥିବା ବିଜେପି ଏବେ କର୍ଣ୍ଣଟକ ଦଖଲ ଅଭିଯାନ ଆରମ୍ଭ କରିଛି। ସେପଟେ ରାଜ୍ୟର ଶାସକ ଦଳ କଂଗ୍ରେସ କ୍ଷମତା ବଜାୟ ରଖିବାକୁ ସମସ୍ତ ପ୍ରୟାସ ଜାରି ରଖିଛି। ଏବେ କେବଳ ମାତ୍ର ଦୁଇଟି ବଡ଼ ରାଜ୍ୟ କର୍ଣ୍ଣାଟକ ଓ ପଂଜାବ କଂଗ୍ରେସ ହାତରେ ରହିଛି। ବିଜେପି କର୍ଣ୍ଣାଟକ ପାଇଁ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିସାରିଲାଣି। ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁରପ୍ପାଙ୍କ ନେତୃତ୍ୱରେ ବିଜେପି ନିର୍ବାଚନ ଲଢ଼ିବ ବୋଲି ଦଳ ଅଧ୍ୟକ୍ଷ ଅମିତ ଶାହ ଘୋଷଣା କରିସାରିଛନତି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ନିର୍ବାଚନ ବିଜେପି ପାଇଁ ସବୁଠାରୁ ବଡ଼ ଚ୍ୟାଲେଂଜ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର