କର୍ଣ୍ଣାଟକ ନିର୍ବାଚନ: ପ୍ରାଥମିକ ଗଣନାରୁ ଝୁଲା ବିଧାନସଭାର ସଙ୍କେତ, ବିଜେପି ଆଗରେ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଛି।। ସକାଳ ୮ଟାରୁ ରାଜ୍ୟର ୩୮ଟି କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ପ୍ରାଥମିକ ଗଣନାରୁ କର୍ଣ୍ଣାଡ଼ଯରେ ଝୁଲା ବିଧାନସଭା ନେଇ ସଙ୍କେତ ମିଳିଛି। ପ୍ରାଥମିକ ଗଣନା ଅନୁଯାୟୀ, ୨୨୨ଟି ବିଧାନସଭା ଆସନ ମଧ୍ୟରୁ ମୋଟ୍‌୧୮୭ ଆସନର ଭୋଟ ଗଣିତି ସୂଚନା ମିଳିଛି। ସେଥିମଧ୍ୟରୁ ବିଜେପି ୮୮ , କଂଗ୍ରେସ ୭୨ ଓ ଜେଡିଏସ ୨୬ ଓ ଅନ୍ୟ ଜଣେ ସ୍ୱାଧୀନ ପ୍ରାର୍ଥୀ ଆଗରେ ରହିଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମେୟା ଉଭୟ ଆସନରେ ଭୋଟ ଗଣତିରେ ପଛେଇଛନ୍ତି।

 

ରାଜ୍ୟରେ ମୋଟ ୨୨୨ଟି ବିଧାନସଭା ଆସନ ପାଇଁ ଗତ ଶନିବାର ଦିନ ମତଦାନ ହୋଇଥିବା ବେଳେ ଇଭିଏମ୍‌ରେ ମୋଟ ୨୬୫୪ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ବନ୍ଦ ହୋଇ ରହିଛି। ତେବେ ନିର୍ବାଚନ ପରବର୍ତ୍ତୀ ଏକଜିଟ ପୋଲରେ ରାଜ୍ୟରେ ଝୁଲା ବିଧାନସଭା ହେବା ବୋଲି ଅନୁମାନ କରାଯାଇଛି। କ୍ଷମତାସୀନ କଂଗ୍ରେସ ଦଳକୁ ଟକ୍କର ଦେଇ ବିଜେପି ଏଠାରେ ପ୍ରାଥମିକ ଭୋଟ ଗଣତି ଅନୁଯାୟୀ ଏକକ ସଂଖୃାଗରିଷ୍‌ଟ ଦଳ ଭାବେ ଉଭା ହେବାର ସମ୍ଭାବନା ସୃଷ୍ଟି କରିଛି। ଜେଡିଏସ ମଧ୍ୟ ଏକ ସମ୍ମାନଜନକ ଆସନରେ ଜିଣି କିଙ୍ଗ ମେକର୍‌ ସାଜିବ ବୋଲି ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର