କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ଭାଙ୍ଗିଲା

ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସରେ ଲଗାତାର କନ୍ଦଳ ଦେଖାଦେବା ପରେ ‌ଏବଂ ଦଳ ମଧ୍ୟରେ ବି‌ଦ୍ରୋହୀ ନେତାଙ୍କ ସଂଖ୍ୟା ବଢ଼ିଯିବା ଫଳରେ ଏଆଇସିସି ଏବେ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସର କମିଟିକୁ ଭାଙ୍ଗିଦେଇଛି। କିନ୍ତୁ କମିଟିର ସଭାପତି ଏବଂ କାର୍ଯ୍ୟକାରୀ ସଭାପତି ସେମାନଙ୍କ ପଦରେ କାଏମ ରହିଛନ୍ତି। କର୍ଣ୍ଣାଟକ କଂଗ୍ରେସ କମିଟି ସଭାପତି ଦିନେଶ ଗୁଣ୍ଡୁ ରାଓ ଏବଂ କାର୍ଯ୍ୟକାରୀ ସଭାପତି ଈଶ୍ବର ଖଣ୍ଡରେଙ୍କ ପଦବୀ କାଏମ ରହିଛି ବୋଲି ଏଆଇସିସି ସାଧାରଣ ସଂପାଦକ କେସି ବେଣୁଗୋପାଳ ଆଜି ଏକ ବିବୃତି ଜାରି କରି କହିଛନ୍ତି। କଂଗ୍ରେସର ଜଣେ ବିଧାୟକ ‌ ଆର୍‌. ବେଗ୍‌ ଗତକାଲି ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଛନ୍ତି।

ସମ୍ବନ୍ଧିତ ଖବର