କର୍ଣ୍ଣାଟକରେ ରାଜନୈତିକ ନାଟକ ଜାରି : ଆସ୍ଥାଭୋଟ ହେବ ନା ତା’ ପୂର୍ବରୁ ଇସ୍ତଫା ଦେବେ କୁମାରସ୍ୱାମୀ ?

ବାଙ୍ଗାଲୁରୁ : କର୍ଣ୍ଣାଟକ ରାଜନୀତିରେ ଘଡ଼ିି କେ ଘୋଡ଼ା ଛୁଟୁଛି । ଗତ ପ୍ରାୟ ଏକ ସପ୍ତାହ ଧରି ଆସ୍ଥାଭୋଟ ପାଇଁ ଅଡି ବସିଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ନିଜ ପଦରୁ ଇସ୍ତଫା ଦେବାକୁ ସଂକେତ ଦେଇଛନ୍ତି । ସେ କହିଛନ୍ତି ଯେ ସେ ଆନନ୍ଦରେ ପଦ ଛାଡିବାକୁ ପସନ୍ଦ କରିବେ । ଏହା ସହିତ ସେ ବାଚସ୍ପତି ଓ କର୍ଣ୍ଣାଟକ ଲୋକମାନଙ୍କୁ କ୍ଷମାପ୍ରାର୍ଥନା କରିଛନ୍ତି । କିନ୍ତୁ ସେ ଏହା ମଧ୍ୟ କହିଛନ୍ତି ଯେ ସେ ପଳାତକ ଭଳି ହେବାକୁ ଚାହୁଁନାହାନ୍ତି । ଏହା ଫଳରେ ସେ ଆସ୍ଥା ଭୋଟର ସମ୍ମୁଖୀନ ହେବା ଲାଗି ମଧ୍ୟ ପ୍ରସ୍ତୁତ ଥିବା ସଂକେତ ଦେଇଛନ୍ତି ।

ଏହା ଫଳରେ କର୍ଣ୍ଣାଟକରେ ଗତ ପ୍ରାୟ ଏକ ମାସଧରି ଚାଲିଥିବା ରାଜନୈତିକ ନାଟକର ଯବନିକା ପଡିବା ସମ୍ଭାବନା ସୃଷ୍ଟି ହୋଇଛି । ଏହା ପୂର୍ବରୁ ବାଚସ୍ପତି କେ.ରମେଶ କୁମାର ସଂଧ୍ୟା ୬ଟା ସୁଦ୍ଧା ଆସ୍ଥାଭୋଟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଅନ୍ୟପକ୍ଷରେ ବାଙ୍ଗାଲୁରୁରେ ଆସନ୍ତା ୨ ଦିନ ପାଇଁ ୧୪୪ ଧାରା ଲଗାଇଦିଆଯାଇଛି । ରାଜନୈତିକ ହିଂସା ଆଶଙ୍କାରେ ପୁଲିସ ଏହି ପଦକ୍ଷେପ ନେଇଛି । ଆଜି ଶତାଧିକ କଂଗ୍ରେସ ସମର୍ଥକ ବିଜେପି ବିଧାୟକ ଆର.ଅଶୋକଙ୍କ ଆପାର୍ଟମେଣ୍ଟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସମ୍ବନ୍ଧିତ ଖବର