କର୍ଣ୍ଣାଟକ ନିର୍ବାଚନ ଫଳାଫଳରେ ନାଟକୀୟ ମୋଡ଼, ମିଳିତ ସରକାର ଗଢିବା ପାଇଁ  ଦାବି କରିବେ ଜେଡିଏସ ଓ କଂଗ୍ରେସ

ବାଙ୍ଗାଲୋର : କର୍ଣ୍ଣାଟକ ନିର୍ବାଚନରେ ଘଡ଼ିକେ ଘୋଡ଼ା ଛୁଟୁଛି । କିଛି ସମୟ ପୂର୍ବେ ବିଜେପି ନେତା କର୍ମୀମାନେ ବିଜୟକୁ ନେଇ ନିଶ୍ଚିତ ଥିଲେ । ଏବେ ସ୍ଥିତି ଅଧାରେ ଅଟକିଯାଇଛି । ଗୋଟିଏ ପଟେ ବିଜେପି ଏବେ ସୁଦ୍ଧା ମିଳିଥିବା ଫଳାଫଳ ଅନୁସାରେ ୧୦୭ଟି ଆସନରେ ଜିତିଛି ବା ଆଗୁଆ ଅଛି । ଫଳରେ ଦଳ ବହୁମତ ଠାରୁ ଆହୁରି ୫ଟି ଆସନ ପଛୁଆ ରହିଛି । ଅନ୍ୟପକ୍ଷରେ କଂଗ୍ରେସ ୭୩ଟି ଆସନରେ ଆଗୁଆ ଥିବାବେଳେ ଜେଡିଏସ ୪୦ଟି ଆସନରେ ଆଗୁଆ ରହିଛି ।

ତେବେ ସରକାର ଗଠନ ପାଇଁ କଂଗ୍ରେସ  ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ।  ମାତ୍ର ୪୦ ଟି ଆସନ ରେ ଜିତିଥିବା ( ବା ଆଗୁଆ ଥିବା) ଜେଡିଏସ ନେତା ଏଚ.ଡି.କୁମାରସ୍ୱାମୀଙ୍କୁ  ମୁଖ୍ୟମନ୍ତ୍ରୀ ଭାବେ ସମର୍ଥନ କରିବାକୁ କଂଗ୍ରେସ ଘୋଷଣା କରିଛି । ଆଜି ସଂଧ୍ୟା ୫ଟା ସୁଦ୍ଧା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଜେଡିଏସ ଓ କଂଗ୍ରେସ ଦାବି କରିବେ ବୋଲି ଘୋଷଣା କରିଛନ୍ତି ।  ଏପରି ହେଲେ ୩ୟ ସ୍ଥାନରେ ଥିବା କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ବଢିଯାଇଛି । କାରଣ କଂଗ୍ରେସ ଓ ଜେଡିଏସର ଆସନ  ମିଶି ଏବେ ୧୧୩ ଟପିଯାଇଛି ଯାହାକି ଆବଶ୍ୟକ ସଂଖ୍ୟାଠାରୁ ୧୧ ଅଧିକ । ସେହିପରି ଜିତିଥିବା ୨ ଜଣ ସ୍ୱାଧୀନ ପ୍ରାର୍ଥି କଂଗ୍ରେସ ସମର୍ଥନରେ ଛିଡା ହୋଇଥିବାରୁ ସେମାନେ ମଧ୍ୟ ଏହି ମିଳିତ ସରକାରକୁ ସମର୍ଥନ କରିବା ସମ୍ଭାବନା ଅଧିକ । ତେବେ ସଂଧ୍ୟା ସୁଦ୍ଧା ସ୍ଥିତି ସ୍ପଷ୍ଟ ହେବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର