ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କୁମାରସ୍ୱାମୀ, ଆସନ୍ତାକାଲି ସରକାର ଗଢ଼ିବାକୁ ଦାବି ଉପସ୍ଥାପନ କରିବ ବିଜେପି
ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜ୍ୟପାଳ ବାଜୁଭାଇ ବାଲା ମଙ୍ଗଳବାର ରାତି ଏଚ୍ଡି କୁମାରସ୍ୱାମୀଙ୍କ ଇସ୍ତଫା ପତ୍ର ସ୍ୱୀକାର କରିଛନ୍ତି। ଆସ୍ଥା ଭୋଟରେ ପରାଜିତ ହେବା ପରେ କୁମାରସ୍ୱାମୀ ରାଜଭବନ ପହଂଚି ନିଜର ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ଦେଇଥିଲେ। କୁମାରସ୍ୱାମୀ ସରକାର ଆସ୍ଥା ଭୋଟ୍ରେ ବହୁମତ ହାସଲ କରିପାରି ନଥିଲା। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିଜେପି ସରକାର ଗଢ଼ିବାକୁ ବୁଧବାର ଦାବି ଉପସ୍ଥାପନ କରିବ।
Sambad is now on WhatsApp
Join and get latest news updates delivered to you via WhatsApp
କୁମାରସ୍ୱାମୀ ସରକାର ପତ୍ତନ ହେବା ପରେ ୟେଦୁରପ୍ପା ନିଜର ପ୍ରତିକ୍ରିୟାରେ କହିଛନ୍ତି, କର୍ଣ୍ଣାଟକରେ ଲୋକତନ୍ତ୍ରର ବିଜୟ ହୋଇଛି। କୁମାରସ୍ୱାମୀ ସରକାର ଯୋଗୁଁ କର୍ଣ୍ଣାଟକ ଦୁଃଖୀ ଥିଲା। ମୁଁ କର୍ଣ୍ଣାଟକର ଜନତାଙ୍କୁ ପ୍ରତିଶ୍ରୁତି ଦେଉଛି ରାଜ୍ୟରେ ବିକାଶର ନୂତନ ଯୁଗ ଆରମ୍ଭ ହେବ।
ସୂଚନାଯୋଗ୍ୟ, କଂଗ୍ରେସ-ଜେଡ଼ିଏସ୍ ସରକାର ସପକ୍ଷରେ ୯୯ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୧୦୫ ଭୋଟ ପଡ଼ଛି। ଆସ୍ଥା ଭୋଟରେ ଏଚ.ଡି.କୁମାରସ୍ୱାମୀଙ୍କ ସରକାର ପରାଜିତ ହୋଇଥିବା ବାଚସ୍ପତି କେ.ଆର.ରମେଶ କୁମାର ଘୋଷଣା କରିଛନ୍ତି। ଫଳରେ ୧୪ ମାସର କଂଗ୍ରେସ-ଜେଡ଼ିଏସ୍ ମେଣ୍ଟ ସରକାର ଭାଙ୍ଗି ଯାଇଛି ।