କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀଙ୍କ ଅଜବ ବୟାନ : ଭଲ ରାସ୍ତା ପାଇଁ ବଢ଼ୁଛି ଦୁର୍ଘଟଣା

ବେଙ୍ଗାଲୁରୁ : ସେପ୍ଟେମ୍ବର ୧ରୁ ନୂଆ ମୋଟରଯାନ ନିୟମ ଲାଗ ହେବା ପରଠାରୁ ଦେଶରେ ଏ ନେଇ ବିତର୍କ ଆରମ୍ଭ ହୋଇଛି । ଦେଶରେ ଅଧାରୁ ଅଧିକ ଲୋକ ଏହି ନିୟମକୁ ବିରୋଧ କରୁଥିବାର ଦେଖାଯାଇଛି । ଦୁର୍ଘଟଣା ହ୍ରାସ କରିବା ପାଇଁ ସରକାର ଏଭଳି ନିୟମ ଲାଗୁ କରିଥିବା କହି ସଫେଇ ଦେଉଥିବା ବେଳେ ରାସ୍ତାର ମରାମତି ପ୍ରଥମେ କର ବୋଲି କହିବା ଆରମ୍ଭ କରିଛନ୍ତି ଲୋକେ । ତେବେ ଏଭଳି ପରିସ୍ଥିତିରେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଗୋବିନ୍ଦ କର୍‌ଜୋଲ ଯେଉଁ ବୟାନ ଦେଇଛନ୍ତି, ତାହାକୁ ନେଇ ବିବାଦ ଆରମ୍ଭ ହୋଇଛି ।

Motor Vehicle Act

ନୂଆ ମୋଟରଯାନ ଆଇନ୍‌ ଉପରେ କହିବାକୁ ଯାଇ ଉପମୁଖ୍ୟମନ୍ତ୍ରୀ ଗୋବିନ୍ଦ କର୍‌ଜୋଲ କହିଥଲେ, ଖରାପ ରାସ୍ତା ପାଇଁ କେବେ ବି ଦୁର୍ଘଟଣା ଘଟେ ନାହିଁ । ଯେତେବେଳେ ରାସ୍ତା ସଂପୂର୍ଣ୍ଣ ଭଲ ଓ ସୁରକ୍ଷିତ ଥାଏ, ସେତେବେଳେ ହିଁ ଲୋକଙ୍କ ଗାଡ଼ିର ଗତି ବଢ଼ିଥାଏ । ଏହା ଦ୍ୱାରା ଲୋକେ ଦୁର୍ଘଟଣାର ଶିକାର ହୋଇଥାନ୍ତି । ବିଶେଷ କରି ଜାତୀୟ ରାଜପଥରେ ଅଧିକ ଦୁର୍ଘଟଣା ଘଟୁଥିବାର ଦେଖାଯାଏ ବୋଲି କହିଛନ୍ତି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ  । ତାଙ୍କର ଏଭଳି ବୟାନ ପରେ ଲୋକେ ତାଙ୍କୁ ସୋସିଆଲ୍ ମିଡିଆରେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର