କର୍ଣ୍ଣାଟକ : ୪୪ ହଜାର କୋଟିର ଟଙ୍କାର କୃଷିଋଣ ଛାଡ ଯୋଜନାରେ ଉପକୃତ ହୋଇଛନ୍ତି ମାତ୍ର ୮୦୦ ଜଣ ଚାଷୀ, ଉଠିଲା ଦୁର୍ନୀତି ଅଭିଯୋଗ

ବାଙ୍ଗାଲୁରୁ : କୃଷିଋଣ ଛାଡ କରିବା ପ୍ରତିଶ୍ରୁତି ଦେଇ କର୍ଣ୍ଣାଟକରେ ଜେଡିଏସ-କଂଗ୍ରେସ ସରକାର କ୍ଷମତାକୁ ଆସିବା ପରେ କୃଷି ଋଣ ଛାଡ କରିଥିଲେ । ଏବେ ଏହି ଛାଡର ପ୍ରାୟ ୪ ମାସ ପରେ ଏଥିରେ କେତେକ ବଡ଼ ଧରଣର ବିଫଳତା ସାମନାକୁ ଆସିଛି । କେତେକ ଏହାକୁ ଏକ ବଡ଼ ସ୍କାମ ବୋଲି କହିଲେଣି । ରାଜ୍ୟ ସରକାର ପ୍ରାୟ ୪୪ ହଜାର କୋଟିର କୃଷିଋଣ ଛାଡ କରିଥିବାବେଳେ ଉପକୃତ ହୋଇଛନ୍ତି ମାତ୍ର ୮୦୦ ଜଣ କୃଷକ । ଅର୍ଥାତ ଜଣେ କୃଷକଙ୍କ ଭାଗରେ ୬୦ କୋଟି ଟଙ୍କା ।

ନିଜେ ରାଜ୍ୟର ସମବାୟ ମନ୍ତ୍ରୀ ବାନ୍ଦେପ୍ପା କାଶେମପୁର ଏହାକୁ ସ୍ୱୀକାର କରିଛନ୍ତି । ତେବେ ଏହାକୁ ଏକ ଘୋଟାଲା ବୋଲି ମାନିବାକୁ ସେ ମନା କରିଦେଇଛନ୍ତି । ସେ କହିଛନ୍ତି ଯେ କୃଷକମାନଙ୍କ ଆବେଦନ ମିଳିବାରେ ବିଳମ୍ବ ହେବାରୁ ଏହି ସଂଖ୍ୟା କମ ରହିଛି । ପ୍ରାୟ ୪୩ ଲକ୍ଷ ଆବେଦନ ଆସିବ ବୋଲି ସରକାର ଅଟକଳ କରିଥିଲେ । କିନ୍ତୁ କାହିଁକି ଆବେଦନ ଆସିନାହିଁ ସେ ସଂପର୍କରେ ରିପୋର୍ଟ ପ୍ରଦାନ କରିବାକୁ ସମବାୟ ଓ ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ କୁହାଯାଇଛି ।

ରାଜ୍ୟରେ ଉଭୟ ଜେଡିଏସ ଓ କଂଗ୍ରେସ କୃଷି ଋଣ ଛାଡ କରିବାକୁ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ । ଶାସନକୁ ଆସିବା ପରେ ଜୁଲାଇ ୪ରେ ରାଜ୍ୟ ସରକାର ୪୪ ହଜାର କୋଟି ଟଙ୍କାର କୃଷିଋଣ ଛାଡ ସଂପର୍କରେ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର