କର୍ଣ୍ଣାଟକରେ ସରକାର ଗଠନ ପାଇଁ ବିଜେପିକୁ ଆମନ୍ତ୍ରଣ, କାଲି ଶପଥ ନେବେ ୟେଦ୍ୟୁରାପ୍ପା, ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ୧୫ ଦିନ ସମୟ

ବାଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କାହାରିକୁ ସଂଖ୍ୟାଗରିଷ୍ଠତା ମିଳିନଥିବାରୁ ସରକାର ଗଠନ ବିଳମ୍ବିତ ହୋଇଛି । ରାଜ୍ୟପାଳ ବାଜୁଭାଇ ବାଲା ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରିତ କରିଥିବା  ସୂଚନା ମିଳିଛି । ବିଜେପି ବିଧାୟକ ଦଳର ନେତା ବିଏସ ୟେଦ୍ୟୁରାପ୍ପା ଆସନ୍ତା କାଲି ପୂର୍ବାହ୍ନ ୯ଟାରେ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି । ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ୧୫ ଦିନ ସମୟ ଶପଥ ଦିଆଯାଇଛି । ନେଲା ପରେ ବିଜେପିକୁ ଆଗାମୀ କିଛି ଦିନ ମଧ୍ୟରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ପଡିବ । ତେବେ ଆସ୍ଥା ଭୋଟ ପୂର୍ବରୁ ଆବଶ୍ୟକ ସଂଖ୍ୟା ଯୋଗାଡ଼ ହୋଇଯିବ ବୋଲି ବିଜେପିର ବରିଷ୍ଠ ନେତା ବି.ଶ୍ରୀରାମୁଲୁ କହିଛନ୍ତି ।

ଅନ୍ୟପକ୍ଷରେ କଂଗ୍ରେସ ସମର୍ଥନରେ ସରକାର ଗଢିବାର ଆଶାୟୀ ଥିବା ଜେଡିଏସ ରାଜ୍ୟପାଳ ବିଜେପିକୁ ଡାକିବାକୁ ବିରୋଧ କରିଛି । ଏହା ବିରୋଧରେ କଂଗ୍ରେସ କୋର୍ଟକୁ ଯିବାକୁ ମଧ୍ୟ ପୂର୍ବରୁ ସଂକେତ ଦେଇସାରିଛି ।

ନିର୍ବାଚନ ଫଳାଫଳ ଅନୁସାରେ ବିଜେପି ୧୦୪ଟି ଆସନ ପାଇଥିବାବେଳେ କଂଗ୍ରେସ ୭୮ ଓ ଜେଡିଏସ ୩୮ଟି ଆସନ ପାଇଛି ।

 

 

 

ସମ୍ବନ୍ଧିତ ଖବର