କର୍ଣ୍ଣାଟକ ଡାକ୍ତରଖାନାରେ ମାଗଣାରେ କରାଗଲା ଯୁବକଙ୍କ ମେରୁଦଣ୍ଡ ଅସ୍ତ୍ରୋପଚାର

କୋପ୍ପାଲ: ଗଙ୍ଗାବତୀ‌ରେ ଥିବା ତାଲୁକ ଡାକ୍ତରଖାନାରେ ଜଣେ ଯୁବକଙ୍କ ମାଗଣାରେ ମେରୁଦଣ୍ଡ ଅସ୍ତ୍ରୋପଚାର କରାଯାଇଛି। ଯୁବକଙ୍କ ନାଁ ହୋସାକେରାପ୍ପା ବୋଲି ଜଣା ପଡ଼ିଥିବା ବେଳେ ସେ ବଲ୍ଲାରୀ ଜିଲ୍ଲାର ନେଲ୍ଲୋଡି ଗାଁର ବାସିନ୍ଦା ବୋଲି ଜଣା ପଡ଼ିଛି। ତେବେ ଅସ୍ତ୍ରୋପଚାରଟି ଆୟୁଷ୍ମାନ ଭାରତ ଅରୋଗ୍ୟ କର୍ଣ୍ଣାଟକ ଯୋଜନା ଅଧିନରେ କରାଯାଇଥିବ‌ାରୁ ହୋସାକେରାପ୍ପାଙ୍କୁ କୌଣସି ଟଙ୍କା ଦେବାକୁ ପଡ଼ି ନଥିବା କହିଛନ୍ତି ଡାକ୍ତର।

Image result for karnataka-hospital-performs-free-of-cost-spinal-cord-operation-on-24-year-old
www.ajhospital.in

ମିଳିଥିବା ସୂଚନା ମୁତାବକ, କର୍ଣ୍ଣାଟକରେ ପ୍ରଥମ ଥର ପାଇଁ ଏଭଳି ଅସ୍ତ୍ରୋପଚାର କରାଯାଇଥିବା କହିଛନ୍ତି ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଇଶ୍ବର ସାବଦୀ। ତାଙ୍କ କହିବା ମୁତାବକ, ହୋସାକେରାପ୍ପାଙ୍କ ଅସ୍ତ୍ରୋପଚାର ଡାକ୍ତର ସାଲାଉଦ୍ଦିନ ଖାଲିଦ୍, ଏମ.ଡି. ରେଣୁକରାଧ୍ୟା, ସୁଜାତା ଏବଂ ଶିବରାଜ ପାଟିଲ କରିଥିଲେ। ଏହି ଅସ୍ତ୍ରୋପଚାର ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଆୟୁଷ୍ମାନ ଭାରତ ଅରୋଗ୍ୟ କର୍ଣ୍ଣାଟକ ଯୋଜନା ପାଇଁ ମାଗଣାରେ ହୋସାକେରାପ୍ପା ନିଜର ଅସ୍ତ୍ରୋପଚାର କରାଇ ପାରିଥିଲେ। ଅସ୍ତ୍ରୋପଚାର ପରେ ଏବେ ହୋସାକେରାପ୍ପା ସୁସ୍ଥ ଅଛନ୍ତି ଏବଂ ଖୁବ୍ ଶୀଘ୍ର ତାଙ୍କୁ ଘରକୁ ପଠାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟ ଚିକିତ୍ସା ଅଧିକାରୀ।

ସମ୍ବନ୍ଧିତ ଖବର