ଫେସ୍‌ବୁକ୍‌ରେ ଅଜଣା ମହିଳାଙ୍କ ସହ ବନ୍ଧୁତା କରିବା ପଡ଼ିଲା ଭାରି, ୭୪ବର୍ଷୀୟ ସାଧୁଙ୍କଠାରୁ ୧.୭୩କୋଟି ଟଙ୍କା ଠକି ନେଲେ ମହିଳା

ବେଙ୍ଗାଲୁରୁ : କର୍ଣ୍ଣାଟକର ଜଣେ ସାଧୁ ଠକାମିର ଶିକାର ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ୭୪ବର୍ଷୀୟ ବୃଦ୍ଧ ସାଧୁଙ୍କୁ ଫେସ୍‌ବୁକ୍‌ରେ ବନ୍ଧୁତା କରିବା ମହଙ୍ଗା ପଡ଼ିଛି । ଅଜଣା ମହିଳା ସାଧୁଙ୍କଠାରୁ ୧.୭୩କୋଟି ଟଙ୍କା ଠକି ନେଇଥିବା ଜଣା ପଡ଼ିଛି । ଏ ନେଇ ସାଧୁ କର୍ମା କେଦୁପ ପୁଲିସରେ ଅଭିଯୋଗ କରିଛନ୍ତି ।

townhall-la.org

ପୁଲିସ ଦେଇଥିବା ସୂଚନା ମୁତାବକ, କର୍ମା ଫେସ୍‌ବୁକ୍‌ରେ ରୋନାଲ୍ଡ ମିଶେଲ ନାମକ ଜଣେ ମହିଳାଙ୍କ ସଂପର୍କରେ ଆସିଥିଲେ । ରୋନାଲ୍ଡ ନିଜକୁ ଆର୍ମୀ ଜବାନ ବୋଲି କହିବା ସହ ପ୍ରମାଣପତ୍ର ମଧ୍ୟ ଦେଇଥିଲେ । ଏହା ପରେ ପରେ ଭାରତରେ ସାମାଜିକ କାମ ଅଛି ବୋଲି କହି ସାଧୁ କର୍ମାଙ୍କୁ ରୋନାଲ୍ଡ ୧.୭୩କୋଟି ଟଙ୍କା ମାଗିଥିଲେ । ଫେବୃଆରୀରେ ସାଧୁ କର୍ମା ରୋନାଲ୍ଡ ଦେଇଥିବା ଆକାଉଣ୍ଟ ବିବରଣୀ ନେଇ ବିଭିନ୍ନ ଆକାଉଣ୍ଟରେ ୧.୭୩କୋଟି ଟଙ୍କା ଜମା କରିଥିଲେ । ୧୫ଲକ୍ଷ ଟଙ୍କା ନିଜ ପାଖରେ ଥିବା ବେଳେ ବାକି ଟଙ୍କା ସେ ଅନ୍ୟ ସାଧୁଙ୍କଠାରୁ ଆଣି ରୋନାଲ୍ଡଙ୍କୁ ଦେଇଥିଲେ । ଏହା ପରେ ସାଧୁ କର୍ମା ରୋନାଲ୍ଡଙ୍କୁ ମେସେଜ କରିଥିଲେ ମଧ୍ୟ ସେ କୌଣସି ଜବାବ ଦେଇ ନଥିଲେ ।

ସମ୍ବନ୍ଧିତ ଖବର