କର୍ଣ୍ଣାଟକ: ଜେଡିଏସ୍‌- କଂଗ୍ରେସ ମିଳିତ ସରକାରକୁ ଭାଙ୍ଗି ସରକାର ଗଠନ ପାଇଁ ଆରମ୍ଭ କରିଥିବା ଘୋଡ଼ା ବେପାରକୁ ଜୋରଦାର କଲା ବିଜେପି

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜେଡିଏସ୍‌- କଂଗ୍ରେସ ମିଳିତ ସରକାରକୁ ଭାଙ୍ଗି ସେଠାରେ ବିଜେପି ସରକାର ଗଠନ ପାଇଁ ବିଜେପି ପକ୍ଷରୁ ଜୋରଦାର ପ୍ରୟାସ ଆରମ୍ଭ ହୋଇଯାଇଛି। ଜେଡିଏସ୍‌- କଂଗ୍ରେସର ବିଧାୟକମାନଙ୍କୁ ନିଜ ପକ୍ଷକୁ ନେବା ପାଇଁ ବିଜେପି ଘୋଡ଼ା ବେପାର ଆରମ୍ଭ କରିବା ସହ କଂଗ୍ରେସ ବିଧାୟକମାନଙ୍କୁ ମୁମ୍ବାଇ ଓ ଜେଡିଏସ୍‌ ବିଧାୟକମାନଙ୍କୁ ନୂଆଦିଲ୍ଲୀ ନେଇଯିବା ସହ ସେଠାରେ ନଜର ବନ୍ଦୀ କରି ରଖିଥିବା ଜାଣିବାକୁ ମିଳିଛି। ମୁମ୍ବାଇରେ ନଜରବନ୍ଦୀ ଥିବା କଂଗ୍ରେସ ବିଧାୟକମାନଙ୍କୁ ବିଜେପିର ବରିଷ୍ଠ ନେତାମାନେ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି। ସେହିପରି ନୂଆଦିଲ୍ଲୀରେ ନଜରବନ୍ଦୀ ଥିବା ଜେଡିଏସ୍‌ ବିଧାୟକମାନଙ୍କୁ କର୍ଣ୍ଣାଟକ ବିଜେପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରାପ୍ପା ନୂଆଦିଲ୍ଲୀର ଗୁରୁଗ୍ରାମ ଠାରେ ଭେଟି ସେମାନଙ୍କ ସହ ସାକ୍ଷାତ ଆଲୋଚନା କରିଥିବା ବିଶ୍ୱସ୍ତ ସୂତ୍ରରୁ ଜାଣିବା ପାଇଁ ମିଳିଛି।


କର୍ଣ୍ଣାଟକରେ ଜେଡିଏସ୍‌ ନେତା ଏଚ୍‌ ଡି କୁମାରସ୍ୱାମୀଙ୍କ ମୁଖ୍ୟମନ୍ତ୍ରିତ୍ୱରେ ଚାଲିଥିବା ଜେଡିଏସ୍‌- କଂଗ୍ରେସ୍‌ ସରକାରକୁ କଳେବଳେ କୌଶଳେ ଭାଙ୍ଗି କର୍ଣ୍ଣାଟକରେ ବିଜେପି ସରକାର ଗଠନ ପାଇଁ ଏବେ ଗୋଟି ଚାଳନା ଆରମ୍ଭ କରି ଦେଇଛନ୍ତି ବିଜେପିର ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦୁରାପ୍ପା।

ଏହି ଉଦ୍ଦେଶ୍ୟରେ ଜେଡିଏସ୍‌- କଂଗ୍ରେସର ବିଧାୟକମାନଙ୍କୁ ନିଜ ପକ୍ଷକୁ ନେବା ପାଇଁ ସେମାନଙ୍କୁ ବେଙ୍ଗାଲୁରୁରୁ ମୁମ୍ବାଇ ଓ ନୂଆଦିଲ୍ଲୀ ନେଇଯିବା ସହ ସେଠାରେ ନଜର ବନ୍ଦୀ କରି ରଖିଥିବା ଜାଣିବାକୁ ମିଳିଛି।


ନୂଆଦିଲ୍ଲୀରେ ନଜରବନ୍ଦୀ ଥିବା ଜେଡିଏସ୍‌ ବିଧାୟକମାନଙ୍କୁ କର୍ଣ୍ଣାଟକ ବିଜେପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରାପ୍ପା ନୂଆଦିଲ୍ଲୀର ଗୁରୁଗ୍ରାମ ଠାରେ ଭେଟି ସେମାନଙ୍କ ସହ ସାକ୍ଷାତ ଆଲୋଚନା କରିଥିବା ବେଳେ ମୁମ୍ବାଇରେ ଥିବା କଂଗ୍ରେସ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି ବିଜେପିର କିଛି ବରିଷ୍ଠ ନେତା।


ତେବେ, କଂଗ୍ରେସ ନେତା ଡି ଶିବକୁମାର ସମସ୍ତ କଂଗ୍ରେସ ବିଧାୟକ ତାଙ୍କ ସହ ରହିଥିବା ଦାବି କରିଥିବା ବେଳେ ଜେଡିଏସ୍‌ ନେତା ଏଚ୍‌ଡି କୁମାରସ୍ୱାମୀ ସମସ୍ତ ଜେଡିଏସ୍‌ ବିଧାୟକ ତାଙ୍କ ସହ ରହିଥିବା ଦାବି କରିଛନ୍ତି। କର୍ଣ୍ଣାଟକର ରାଜନୈତିକ ସ୍ଥିତି ଏପରି ଗୋଳମାଳିଆ ଅବସ୍ଥାରେ ରହିଥିବା ବେଳେ କର୍ଣ୍ଣାଟକରେ ଜେଡିଏସ୍‌ ନେତା ଏଚ୍‌ ଡି କୁମାରସ୍ୱାମୀଙ୍କ ମୁଖ୍ୟମନ୍ତ୍ରିତ୍ୱରେ ଚାଲିଥିବା ଜେଡିଏସ୍‌- କଂଗ୍ରେସ୍‌ ସରକାର ବିରୋଧରେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ବିଜେପି ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର