କର୍ଣ୍ଣାଟକ: କଂଗ୍ରେସ ବିଧାୟକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ବେଙ୍ଗାଲୁରୁ: କର୍ଣ୍ଣାଟକର ନବ ନିର୍ବାଚିତ କଂଗ୍ରେସ ବିଧାୟକ ସିଦ୍ଦୁ ବି ନ୍ୟାମଗୌଡ଼ା(୭୦)ଙ୍କର ଆଜି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ଜାମଖଣ୍ଡିର ବିଧାୟକ ନ୍ୟାମଗୌଡ଼ା ଗୋଆରୁ ତାଙ୍କ ନିର୍ବାଚନ ମଣ୍ଡଳୀ ଅଭିମୁଖେ ଯାଉଥିବା ବେଳେ ତୁଳସୀଗେରି ନିକଟରେ ଏକ ଟ୍ରକ୍‌ ଧକ୍କାରୁ ବର୍ତ୍ତିବା ପାଇଁ ତାଙ୍କ କାରଟି ରାସ୍ତାକଡ଼ କାନ୍ଥରେ ପିଟି ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ନ୍ୟାମଗୌଡ଼ାଙ୍କ ଦେହାନ୍ତ ପରେ କର୍ଣ୍ଣାଟକ କଂଗ୍ରେସରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧିତ ଖବର