କର୍ଣ୍ଣାଟକ :ନିର୍ବାଚନଏବେ ଉତ୍ତର-ଦକ୍ଷିଣ ଲଢ଼େଇ!

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଉଷ୍ଣତା ବଢ଼ିଚାଲିଥିବା ବେଳେ କଂଗ୍ରେସ ଓ ବିଜେପି ନେତାଙ୍କ ମଧ୍ୟରେ ବାକ୍‌୍‌ଯୁଦ୍ଧ ଜାରି ରହିଛି। ବିଜେପି ତା’ର ୪୦ ଜଣ ତାରାକା ପ୍ରଚାରକଙ୍କୁ ନର୍ବାଚନୀ ମଇଦାନରେ ଅବତୀର୍ଣ୍ଣ କରାଇଥିବା ବେଳେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ରହିଛନ୍ତି। ତେବେ ବିଜେପିର ତାରକା ପ୍ରଚାରକଙ୍କୁ ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମୟା ‘ଉତ୍ତର ଭାରତରୁ ଆମଦାନୀ ହୋଇଥିବା ନେତା ବୋଲି କହି ବୟାନ ଦେବାପରେ ଏହାକୁ ନେଇ ବିବାଦ ଉପୁଜିଛି। ସିଦ୍ଦରାମୟା କହିଛନ୍ତି ଯେ ରାଜ୍ୟରେ ବିଜେପିର କୌଣସି ଅସ୍ତିତ୍ୱ ନାହିଁ। ତେଣୁ ଏହା ରାଜ୍ୟ ବାହାରୁ ନେତାଙ୍କୁ ଆଣି ପ୍ରଚାର ଚଳାଇଛି ଏବଂ ଲୋକଙ୍କୁ ଭକୁଆ ବନାଇବାକୁ ଚେଷ୍ଟା କରୁଛି।

ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଏସ୍‌ ୟଦୁରପ୍ପା ଏକ ନମୁନାରେ ପରିଣତ ହୋଇଛନ୍ତି ବୋଲି କହି ସେ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସିଦ୍ଦରାମୟାଙ୍କ ଏହି ବୟାନକୁ ବିଜେପି କଡ଼ା ସମାଲୋଚନା କରି ଏହାର ଜବାବ କର୍ଣ୍ଣାଟକବାସୀ ଦେବେ ବୋଲି କହିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଏବଂ ବିଜେପି ପ୍ରତି ଲୋକଙ୍କ ବିପୁଳ ସମର୍ଥନ ଦେଖି ସିଦ୍ଦରାମେୟା ହତାଶ ହୋଇଛନ୍ତି ଏବଂ ଉତ୍ତର-ଦକ୍ଷିଣକୁ ନେଇ ବିଭାଜନକାରୀ ରାଜନୀତି କରୁଛନ୍ତି ବୋଲି ବିଜେପି ନେତାମାନେ କହିଛନ୍ତି। ସିଦ୍ଦରାମୟା ଆଞ୍ଚଳିକ ବିଭେଦ ସୃଷ୍ଟି କରୁଛନ୍ତି ଏବଂ ତାଙ୍କର ଏଭଳି ବୟାନ ସମାଜରେ ଘୃଣା ସୃଷ୍ଟି କରୁଛି ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି। ଉଭୟ ଦଳ ପ୍ରଚାରକୁ ଆକ୍ରମଣାତ୍ମକ କରିଥିବା ବେଳେ ବିଭିନ୍ନ ସ୍ଥାନରେ ଉତ୍ତେଜନା ବଢ଼ୁଛି।

ସମ୍ବନ୍ଧିତ ଖବର