‘ପଦ୍ମାବତୀ’ ରିଲିଜକୁ ବିରୋଧ ଜାରି : ଡିସେମ୍ବର ୧ରେ କର୍ଣ୍ଣି ସେନାର ଭାରତ ବନ୍ଦ ଡାକରା

ମୁମ୍ବାଇ: ସଞ୍ଜୟ ଲୀଲା ଭଂସାଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପଦ୍ମାବତୀ’କୁ ନେଇ ବିବାଦ ଥମୁ ନଥିବା ବେଳେ ଏବେ ଆଉ ଏକ ବିବାଦ ମୁଣ୍ଡ ଟେକିଛି । ‘ପଦ୍ମାବତୀ’ରେ ଥିବା ରାଣୀ ପଦ୍ମିନୀଙ୍କ ଚରିତ୍ରକୁ ଭୁଲ ଭାବେ ଦର୍ଶାଯାଇଛି ବୋଲି ଦାବି କରି ରାଜସ୍ଥାନରକିଛି ସଂଗଠନ ଏହାର ରିଲିଜ୍‌କୁ ରୋକିବାକୁ ପ୍ରୟାସ କରୁଥିବା ବେଳେକର୍ଣ୍ଣି ସେନା ଡିସେମ୍ବର ୧ରେ ଭାରତ ବନ୍ଦ ଡ଼ାକରା ଦେଇଛି । “କିଛି ବି ହୋଇ ଯାଉ ଆମେ ଏହି ଚଳଚିତ୍ରକୁ ରିଲିଜ୍‌ ହେବାକୁ ଦେବୁ ନାହିଁ । ଏହି ଚଳଚିତ୍ରରେ ରାଣୀ ପଦ୍ମିନୀଙ୍କୁ ଅପମାନିତ କରାଯାଇଛି । ଏହାକୁ ଆମେ ରିଲିଜ୍‌ ହେବାକୁ ଦେବୁ ନାହିଁ, ଆମକୁ ଅଟକାଇପାରିବ ତ ଅଟକାଅ” ବୋଲି ରାଜପୁତ୍‌ କର୍ଣ୍ଣି ସେନାର ସଦସ୍ୟ ଲୋକେନ୍ଦ୍ର ସିଂ କଲ୍‌ଭି କହିଛନ୍ତି ।

ଏହା ପୁର୍ବରୁ ବେଙ୍ଗାଲୁରୁରେ ରାଜପୁତ କର୍ଣ୍ଣି ସେନା ହାତରେ ପତାକା ଏବଂ ପ୍ଲା କାର୍ଡ଼ ଧରି ଏହି ଫିଲ୍ମକୁ ବିରୋଧ କରିଥିଲେ । ଏହା ସହିତ ବିଜେପି ସାଂସଦ ରାମ୍‌ କଦମ୍‌ ମଧ୍ୟ ଏହି ଫିଲ୍ମର ରିଲିଜ୍‌କୁ ବନ୍ଦ କରିବାକୁ ଧମକ ଦେଇଥିଲେ । ସେ କହିଥିଲେ- “ଆମ ସଂଘ କେବେ ବି ଏମିତି ଲୋକକୁ ସମର୍ଥନ କରିବନି ଯିଏକି ପ୍ରଚାର ପାଇଁ ଇତିହାସକୁ ଭୁଲ ଭାବରେ ଚିତ୍ରଣ କରୁଛି । ଆମେ ଫିଲ୍ମର ରିଲିଜ୍‌ ବନ୍ଦ କରିବାକୁ ଚାହୁଁଛୁ । ଯଦି ସଞ୍ଜୟ ଲୀଲା ଭଂସାଲି ଆମର ଏହି ପଦକ୍ଷପରେ ରାଜି ହେବେ ନାହିଁ ତେବେ ଆମେ ତାଙ୍କୁ ଆଉ କୌଣସି ଫିଲ୍ମ ସୁଟିଂ କରିବାକୁ ଦେବୁ ନାହିଁ।”

“ରାଣୀ ପଦ୍ମିନୀ ଏବଂ ଆଲ୍ଲାଉଦ୍ଦିନ୍‌ ଖିଲ୍‌ଜୀଙ୍କ ମଧ୍ୟରେ ଯେଉଁ ରୋମାନ୍ସ ଦୃଶ୍ୟ ସବୁ ଦେଖାଯାଇଛି ତାହା ଏକ ଡ଼୍ରିମ୍‌ ସିନ୍‌। ଏହା ମୁଁ ପୂର୍ବରୁ କହି ସାରିଛି ଏବଂ ଏବେ ବି କହୁଛି କି ଏହି ଫିଲ୍ମରେ ଏଭଳି କିଛି ଦୃଶ୍ୟ ନାହିଁ ଯାହାକି କାହାର ମନୋଭାବକୁ ଆଘାତ ଦେବ । ଏଥିରେ ରାଣୀ ପଦ୍ମିନୀଙ୍କ ସାହସକୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ମୁଁ ରାଣୀ ପଦ୍ମାବତୀଙ୍କ ବିଷୟରେ ଜାଣିବା ପରେ ଫିଲ୍ମ କରିବାକୁ ଭାବିଥିଲି । ଏହି ଫିଲ୍ମଟି ଆମେ ଦାୟିତ୍ୱ ସହକାରେ ତିଆରି କରିବା ସହିତ ରାଜପୁତ ଗୋଷ୍ଠୀଙ୍କ ମନେଭାବ ଏବଂ ସମ୍ମାନକୁ ଆଖି ଆଗରେ ରଖି କରିଛୁ।”

ଏତେ ସବୁ ବିରୋଧ ପରେ ଶେଷରେ ମୁହଁ ଖୋଲିଛନ୍ତି ସଞ୍ଜୟ ଲୀଲା ଭଂସାଲି । ତାଙ୍କ କହିବା ଅନୁଯାୟୀ “ରାଣୀ ପଦ୍ମିନୀ ଏବଂ ଆଲ୍ଲାଉଦ୍ଦିନ୍‌ ଖିଲ୍‌ଜୀଙ୍କ ମଧ୍ୟରେ ଯେଉଁ ରୋମାନ୍ସ ଦୃଶ୍ୟ ସବୁ ଦେଖାଯାଇଛି ତାହା ଏକ ଡ଼୍ରିମ୍‌ ସିନ୍‌ । ଏହା ମୁଁ ପୂର୍ବରୁ କହି ସାରିଛି ଏବଂ ଏବେ ବି କହୁଛି କି ଏହି ଫିଲ୍ମରେ ଏଭଳି କିଛି ଦୃଶ୍ୟ ନାହିଁ ଯାହାକି କାହାର ମନୋଭାବକୁ ଆଘାତ ଦେବ । ଏଥିରେ ରାଣୀ ପଦ୍ମିନୀଙ୍କ ସାହସକୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ମୁଁ ରାଣୀ ପଦ୍ମାବତୀଙ୍କ ବିଷୟରେ ଜାଣିବା ପରେ ଫିଲ୍ମ କରିବାକୁ ଭାବିଥିଲି । ଏହି ଫିଲ୍ମଟି ଆମେ ଦାୟିତ୍ୱ ସହକାରେ ତିଆରି କରିବା ସହିତ ରାଜପୁତ ଗୋଷ୍ଠୀଙ୍କ ମନେଭାବ ଏବଂ ସମ୍ମାନକୁ ଆଖି ଆଗରେ ରଖି କରିଛୁ।” ଏହି ଫିଲ୍ମରେ ଦୀପିକା ପାଦୁକୋନ୍‌ ରାଣୀ ପଦ୍ମାବତୀଙ୍କ ଭୂମିକାରେ ଥିବା ବେଳେ ସହିଦ୍‌ କପୁର ତାଙ୍କ ସ୍ୱାମୀ ରାଓ୍ଵଲ୍‌ ରତନ ସିଂ ଏବଂ ରଣବୀର ସିଂ ସୁଲ୍‌ତାନ ଆଲ୍ଲାଉଦ୍ଦିନ୍‌ ଖିଲ୍‌ଜୀ ଭୁମିକାରେ ଦେଖା ଦେବେ ।

ସମ୍ବନ୍ଧିତ ଖବର