ଆଇଏନ୍‌ଏକ୍ସ ମିଡିଆ ମାମଲାରେ କାର୍ତି ଚିଦାମ୍ବରମ୍‌ଙ୍କୁ ପଚରାଉଚୁରା କରୁଛି ପ୍ରବର୍ତ୍ତନ ନିର୍ଦେଶାଳୟ

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କୁ ପୁଅ କାର୍ତିଙ୍କୁ ଗୁରୁବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ ଆଇଏନ୍‌ଏକ୍ସ୍‍ ମିଡିଆ ମାମଲାରେ ପଚରାଉଚୁରା କରୁଛି। ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସେ ପ୍ରବର୍ତ୍ତନ ନିର୍ଦେଶାଳୟର ଦିଲ୍ଲୀ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌ ତଦନ୍ତ କରୁଥିବା ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ତିଙ୍କୁ କେତେ ଥର ପଚରା ଉଚୁରା କରିଛି। ୨୦୦୭ରେ ଆଇଏନ୍‌ଏକ୍ସ ମିଡିଆରେ ବିଦେଶୀ ପୁଞ୍ଜି ନିବେଶକୁ ଫରେନ୍‌ ଇନ୍‌ଭେଷ୍ଟ୍‍ମେଣ୍ଟ୍‌ ପ୍ରମୋସନ୍‌ ବୋର୍ଡ (ଏଫ୍‌ଆଇପିବି) କିଭଳି ଅନୁମୋଦନ ଦେଲା ସେ ସଂକ୍ରାନ୍ତରେ ଉଭୟ ଏଜେନ୍‌ସି ତଦନ୍ତ କରୁଛନ୍ତି। ସେତେବେଳେ ପି ଚିଦାମ୍ବରମ୍‌ ଅର୍ଥମନ୍ତ୍ରୀ ଥିଲେ।

ଏଥିରେ ସମ୍ପୃକ୍ତ ଥିବା କାର୍ତିଙ୍କୁ ଗତବର୍ଷ ଫେବ୍ରୁଆରି ମାସରେ ସିବିଆଇ ଗିରଫ କରିଥିଲା। ପରେ କାର୍ତ୍ତି ଜାମିନ ପାଇଥିଲେ।

ଏ ବର୍ଷ ଜାନୁଆରି ମାସରେ ଆଇଏନ୍‌ଏକ୍ସ୍‍ ମିଡିଆ ସଂକ୍ରାନ୍ତରେ ପ୍ରବର୍ତ୍ତନ ନିର୍ଦେଶାଳୟ ପି ଚିଦାମ୍ବରମ୍‌ଙ୍କୁ ମଧ୍ୟ ୮ ଘଣ୍ଟା ଧରି ପଚରାଉଚୁରା କରିଥିଲା। ଗତବର୍ଷ ଡିସେମ୍ବର ୧୯ ତାରିଖରେ ବି ଏଜେନ୍‌ସି ତାଙ୍କୁ ପଚରାଉଚୁରା କରିଥିଲା।

ସମ୍ବନ୍ଧିତ ଖବର