ଦେଶ ଓ ବିଦେଶରେ କାର୍ତ୍ତି ଚିଦାମ୍ବରମ୍‌ଙ୍କ ୫୪ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ

ନୂଆଦିଲ୍ଲୀ: ଭାରତ ଏବଂ ବିଦେଶରେ ଥିବା କାର୍ତ୍ତି ଚିଦାମ୍ବରମ୍‌ଙ୍କ ୫୪ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦେଶାଳୟ ଆଇଏନ୍‌ଏକ୍ସ୍‍ ମାମଲାରେ ଆଟାଚ୍‌ କରିଛି।

ଭାରତର ତାମିଲ୍‌ନାଡୁ କୋଡ଼ାଇକାନାଲ୍‌ ଏବଂ ଉଟିରେ ଥିବା ସମ୍ପତ୍ତି ଓ ଦିଲ୍ଲୀର ଜୋର୍‌ବାଗ୍‌ ଠାରେ ଥିବା ଫ୍ଲାଟ୍‌କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଜବତ୍‌ କରିବା ସହ ଇଂଲଣ୍ଡ୍‌ର ସୋମରେଷ୍ଟ୍‍ ଠାରେ ଥିବା କୁଟୀର ଏବଂ ଘର, ସ୍ପେନ୍‌ର ବାର୍ସିଲୋନାରେ ଥିବା ଟେନିସ୍‌ କ୍ଲବ୍‌କୁ ମଧ୍ୟ ଏହି ଆଦେଶରେ ଆଟାଚ୍‌ କରାଯାଇଛି।

ପୂର୍ବତନ ଅର୍ଥମନ୍ତ୍ରୀଙ୍କ ପୁତ୍ର କାର୍ତ୍ତି ତାଙ୍କ ସମ୍ପତ୍ତି ଆଟାଚ୍‌ କରାଯିବାର ଆଦେଶକୁ ‘ବିଚିତ୍ର ଓ ଅବିଶ୍ୱସନୀୟ’ ବୋଲି କହିଛି। ପ୍ରବର୍ତ୍ତନ ନିର୍ଦେଶାଳୟର ଜବତ୍‌ ଖବର ପ୍ରାସାରିତ ହେବାର କେତେ ମିନିଟ୍‌ ପରେ ଟୁଇଟ୍‌ ଯୋଗେ କାର୍ତ୍ତି ଚିଦାମ୍ବରମ୍‌ କହିଛନ୍ତି ଏହି ପ୍ରୋଭିଜିନାଲ୍‌ ଆଟାଚ୍‌ମେଣ୍ଟ୍‌ ଅର୍ଡର୍‌ ଆଇନ୍‌ ବା ବାସ୍ତବ କାରଣ ଉପରେ ଆଧାରିତ ନୁହେଁ ବରଂ ବାତୁଳ ଅନୁମାନ ଉପରେ ଆଧାରିତ।

ଏହାର ଅର୍ଥ କେବଳ ‘ଶିରୋନାମା’ରେ ଛାପାଯିବା। ଏହି ଆଦେଶ ଆଇନ୍‌ ତର୍ଜମା, ସମୀକ୍ଷା ବା ଅପିଲ୍‌ ସାମ୍ନାରେ ତିଷ୍ଠି ପାରିବ ନାହିଁ। ମୁଁ ସମୁଚ୍ଚିତ ଲିଗାଲ୍‌ ଫୋରମ୍‌ରେ ଆବେଦନ କରିବି।

ସମ୍ବନ୍ଧିତ ଖବର