ସୁପ୍ରିମ୍‌ କୋର୍ଟରେ କାର୍ତ୍ତିଙ୍କୁ ଝଟ୍‌ କାବିଦେଶ ଗସ୍ତ ଅନୁମତି ମିଳିଲା ନାହିଁ

,ପ୍ରମାଣ ନଷ୍ଟ ଉଦ୍ୟମ ହେଉଛି

: ସିବିଆଇନୂଆଦିଲ୍ଲୀ:  ସିବିଆଇର ଲୁକ୍‌ ଆଉଟ୍‌ ନୋଟିସ ମାମଲାରେ ପୂର୍ବ ଅର୍ଥମନ୍ତ୍ରୀ ପି. ଚିଦମ୍ବରମଙ୍କ ପୁଅ କାର୍ତ୍ତି ଚିଦମ୍ବରମଙ୍କୁ ଆଜି ସୁପ୍ରିମ୍‌ କୋର୍ଟରେ ମଧ୍ୟ କୌଣସି ଆଶ୍ୱସ୍ତି ମିଳିନାହିଁ। କାର୍ତ୍ତିର୍ଙ୍କ ବିଦେଶ ଯାତ୍ରା ଉପରେ ଜାରି ରହିଥିବା କଟକଣାକୁ କୋର୍ଟ କାଏମ ରଖିଛନ୍ତି। ଅନ୍ୟପକ୍ଷରେ କାର୍ତ୍ତି ତାଙ୍କ ବିରୋଧରେ ଥିବା ତଥ୍ୟ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିଛନ୍ତି ଏବଂ ଏ ବାବଦରେ ଯଥେଷ୍ଟ ପ୍ରମାଣ ରହିଛି ବୋଲି ସିବିଆଇ  ଯୁକ୍ତି ଦର୍ଶାଇଛି।  ତେବେ ଲୁକ୍‌ ଆଉଟ୍‌ ନୋଟିସ୍‌ ମାମଲାରେ ଶୁଣାଣି ମାଡ୍ରାସ ହାଇକୋର୍ଟରେ ହେବାକୁ ଥିବାରୁ ସିବିଆଇ ସେଠାରେ କାହିଁକି ପ୍ରମାଣ ଦାଖଲ କରୁନାହିଁ ବୋଲି ସୁପ୍ରିମ୍‌ କୋର୍ଟ ପ୍ରଶ୍ନ କରିଛନ୍ତି। ଦୁର୍ନୀତି ଓ ବେଆଇନ ଅର୍ଥ ନେଣଦେଣ ମାମଲାରେ ଅଭିଯୁକ୍ତ କାର୍ତ୍ତିଙ୍କ ୧.୧୬ କୋଟି ଟଙ୍କାର ସମ୍ପତ୍ତିକୁ  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୂର୍ବରୁ ବାଜ୍ୟାପ୍ତ କରିଛନ୍ତି।

ଏୟାରସେଲ-ମାକ୍ସିସ୍‌ ଚୁକ୍ତିରେ ହୋଇଥିବା ଦୁର୍ନୀତି ଓ ବେଆଇନ ଅର୍ଥ ନେଣଦେଣ ମାମଲାରେ ଇଡିଙ୍କ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏହା ସହିତ ଏଏସ୍‌୍‌ସିପିଏଲ୍‌ ସଂସ୍ଥାର ୨୬ ଲକ୍ଷ ଟଙ୍କାର ବ୍ୟାଙ୍କ୍‌ ଡିପୋଜିଟ୍‌କୁ ମଧ୍ୟ ଜବତ କରାଯାଇଛି । ଏସ୍‌ସିପିଏଲ୍‌ ସଂସ୍ଥାର ମାଲିକା ନିଜେ କାର୍ତ୍ତି ହୋଇଥିଲେ ମଧ୍ୟ ସେ ଅନ୍ୟ ଜଣଙ୍କ ନାମରେ ଏହି ସଂସ୍ଥା ଚଳାଇଥିଲେ। ଚିଦମ୍ବରମ ଅର୍ଥମନ୍ତ୍ରୀ ଥିବା ବେଳେ ପୁଅକୁ ଅନୈତିକ ଫାଇଦା ଦେଉଥିଲେ ଏବଂ କାର୍ତ୍ତି ଏହାର ସୁଯୋଗରେ ବ୍ୟାପକ ବେଆଇନ କାର୍ଯ୍ୟ କରିଥିଲେ ବୋଲି ତଦନ୍ତକାରୀ ସଂସ୍ଥା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର