ଆଇଏନ୍‌ଏକ୍ସ ମିଡିଆ ମାମଲାରେ କାର୍ତ୍ତିଙ୍କୁ ଜାମିନ

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୁର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମଙ୍କ ପୁଅ କାର୍ତ୍ତି ଚିଦମ୍ବରମଙ୍କୁ ଆଜି ଜାମିନ ମଞ୍ଜୁର ହେଇଛି। ୧୩ ଦିନ ତିହାର ଜେଲ୍‌ରେ କାଟି ସାରିଥିବା କାର୍ତ୍ତିଙ୍କୁ ୧୦ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଆଜି ଦିଲ୍ଳୀ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ, ସିବିଆଇ କାର୍ତ୍ତିଙ୍କ ଜାମିନକୁ ବିରୋଧ କରିଛି। ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଏହି ମାମଲାର ପ୍ରମାଣଗୁଡ଼ିକୁ ନଷ୍ଟ କରିଦେଇପାରନ୍ତି ବୋଲି ସିବିଆଇ ଆଶଙ୍କା ପ୍ରକଟ କରିଥିଲା। ତେବେ କାର୍ତ୍ତି ବିଦେଶ ଗସ୍ତରେ ଯାଇପାରିବେନି କି ସାକ୍ଷୀମାନଙ୍କୁ ପ୍ରଭାବିତ କରିପାରିବେନି ଏବଂ ତାଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ ମଧ୍ୟ ବନ୍ଦ କରିପାରିବେନାହିଁ ବୋଲି କାର୍ତ୍ତିଙ୍କୁ ଜାମିନ ମଞ୍ଜୁର କରିଥିବା ଦିଲ୍ଲୀ ହାଇକୋର୍ଟ ବିଚାରପତି ଏସ ପି ଗର୍ଗ ସର୍ତ୍ତ ଲଗାଇଛନ୍ତି।

ସମ୍ବନ୍ଧିତ ଖବର