କରୁଣାନିଧି ଗୁରୁତର

ଚେନ୍ନାଇ: ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ମୁଖ୍ୟ ଏମ୍‌ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ନିୟମିତ ଯାଞ୍ଚ କରାଯାଉଛି ଏବଂ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି। କରୁଣାନିଧିଙ୍କ ପତ୍ନୀ ଦୟାଲୁ ଅମ୍ମାଲ୍‌ ଆଜି ପ୍ରଥମ ଥର ପାଇଁ ହସ୍ପିଟାଲ୍‌ ଆସି ସ୍ୱାମୀଙ୍କୁ ଭେଟିଛନ୍ତି। ପୁଅ ଏମ୍‌କେ ତାମିଲାରାସୁ ତାଙ୍କୁ ହ୍ଵିଲଚେୟାରରେ ହସ୍ପିଟାଲ୍‌ ଆଣିଥିଲେ। ଅନ୍ୟ ପରିବାର ସଦସ୍ୟ ଏବଂ ଦଳର ବରିଷ୍ଠ ନେତାମାନେ ମଧ୍ୟ ହସ୍ପିଟାଲ୍‌ରେ ଉପସ୍ଥିତ ଅଛନ୍ତି।

ସମ୍ବନ୍ଧିତ ଖବର