କଶ୍ମୀର ପୁଣି ଅଶାନ୍ତ

ଶ୍ରୀନଗର : କଶ୍ମୀର ଏବେ ପୁଣି ଅଶାନ୍ତ ହୋଇପଡ଼ିଛି। ହିଜବୁଲ୍‌ କମାଣ୍ଡର ବୁରହାନ୍‌ ଓ୍ଵାନିର ମୃତ୍ୟୁବାର୍ଷିକୀ ଘଟଣାକୁ ନେଇ ଏବେ କଶ୍ମୀରରେ ଅଶାନ୍ତି ଲାଗି ରହିଛି। ଗତକାଲି ବିଚ୍ଛିନାତାବାଦୀଙ୍କ ବନ୍ଦ ପାଳନ ଯୋଗୁଁ ସମଗ୍ର କଶ୍ମୀର ଠପ ହୋଇ ଯାଇଥିଲା। ବିଭିନ୍ନ ସ୍ଥାନରେ ସୁରକ୍ଷାବାହିନୀ ଉପରକୁ ଆକ୍ରମଣ ଉଦ୍ୟମ ହୋଇଛି। ପୁଲିସ ପୋଷ୍ଟ୍‍ ଗୁଡ଼ିକୁ ମଧ୍ୟ ଟାର୍ଗେଟ୍‌ କରାଯାଇଛି। ଆଜି ଦ୍ୱିତୀୟ ଦିନରେ ମଧ୍ୟ କଶ୍ମୀରର ତ୍ରାଲ୍‌ ଅଞ୍ଚଳରେ ଦୁଇଟିି ସିଆରପିଏଫ୍‌ ଶିବିର ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ୍‌ ଆକ୍ରମଣ କରିଛନ୍ତି। ପୁଲଓ୍ଵାମା ତ୍ରାଲ୍‌ ଅଞ୍ଚଳରେ ପ୍ରଥମେ ସିଆରପିଏଫ୍‌ ଶିବିର ଉପରକୁ ଆକ୍ରମଣ ହେବାର ମାତ୍ର କିଛି ଘଣ୍ଟା ପରେ ବାଟାଗୁଣ୍ଡ୍‌ ଅଞ୍ଚଳରେ ସିଆରପିଏଫ୍‌ ଶିବିର ଉପରକୁ ମଧ୍ୟ ଗ୍ରେନେଡ୍‌ ଆକ୍ରମଣ ହୋଇଛି।

ସମ୍ବନ୍ଧିତ ଖବର