କଶ୍ମୀରକୁ ନେଇ ପରମାଣୁ ଯୁଦ୍ଧ ଲାଗିପାରେ : ପାକିସ୍ତାନ

ଇସ୍ଲାମାବାଦ : ଭାରତର ପରମାଣୁ ନୀତି ଭବିଷ୍ୟତରେ ଆବଶ୍ୟକ ପଡିଲେ ବଦଳିପାରେ ବୋଲି ଗତ କାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ । ତାଙ୍କର ଏହି ବୟାନର ପ୍ରତିକ୍ରିୟା ରଖିଛି ପାକିସ୍ତାନ । ପାକିସ୍ତାନ ସେନାର ମୁଖପାତ୍ର ମେଜର ଜେନେରାଲ ଆସିଫ ଗଫୁର କହିଛନ୍ତି ଯେ କଶ୍ମୀର ହିଁ ଏକ ନ୍ୟୁକ୍ଲିୟର ଫ୍ଲାସ ପଏଣ୍ଟ । ଅର୍ଥାତ କଶ୍ମୀରକୁ ନେଇ ହିଁ ପରମାଣୁ ଯୁଦ୍ଧ ଆରମ୍ଭ ହେବ । ଭାରତର ଯେକୌଣସି ଦୁଃସାହସର ମୁକାବିଲା କରିବା ଲାଗି ପାକିସ୍ତାନ ପ୍ରସ୍ତୁତ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ କଶ୍ମୀର ସମସ୍ୟାକୁ ନେଇ ଦୀର୍ଘ କାଳ ଧରି ଯୁଦ୍ଧ ଚାଲିବ । ଗତ କାଲି ରାଜନାଥ ସିଂ କହିଥିଲେ ଯେ ପ୍ରଥମେ ପରମାଣୁ ଆକ୍ରମଣ ନ କରିବା ପାଇଁ ଭାରତ ନିଜର ନୀତିରେ କାଏମ ରହିଛି । କିନ୍ତୁ ଭବିଷ୍ୟତରେ କଣ ହେବ ତାହା କହିହେବ ନାହିଁ । ଏହା ପରେ ସବୁଆଡେ କଳ୍ପନାଜଳ୍ପନା ଚାଲିଛି ଯେ ଭାରତ ନିଜର ପରମାଣୁ ନୀତିରେ ପରିବର୍ତ୍ତନ ଆଣିପାରେ ।

ସମ୍ବନ୍ଧିତ ଖବର