କଶ୍ମୀର ପାଇଁ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଲଢିବୁ : ପରଭେଜ ମୁସାରଫ

ଇସ୍ଲାମାବାଦ : କଶ୍ମୀର ପାକିସ୍ତାନୀଙ୍କ ରକ୍ତରେ ରହିଛି । ପରିସ୍ଥିତି ଯାହା ହେଉନା କାହିଁକି ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ପାକିସ୍ତାନୀ ରାଷ୍ଟ୍ର ଓ ପାକିସ୍ତାନୀ ସେନା କଶ୍ମୀରବାସୀଙ୍କ ପଛରେ ଛିଡା ହେବ ବୋଲି କହିଛନ୍ତି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ଜେନେରାଲ ପରଭେଜ ମୁସାରଫ । ଦୁବାଇରୁ ଟେଲିଫୋନରେ ନିଜ ଦଳର କର୍ମୀମାନଙ୍କୁ ସମ୍ବୋଧିତ କରି ସେ ଏକଥା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ବୋଧହୁଏ ଭାରତ କାରଗିଲଯୁଦ୍ଧ ଭୁଲିଗଲାଣି ।

ଏହି ଯୁଦ୍ଧକୁ ଶେଷ କରିବାକୁ ଭାରତ ଆମେରିକାର ସହାୟତା ନେଇଥିଲା ବୋଲି ସେ କହିଛନ୍ତି ।
ଅସୁସ୍ଥତା କାରଣରୁ ଗତ କିଛି ବର୍ଷ ଧରି ସକ୍ରିୟ ରାଜନୀତିରୁ ଦୂରେଇ ରହୁଥିବା ମୁସାରଫ ଏବେ ପୁଣିଥରେ ରାଜନୀତିକୁ ଫେରିବା ନେଇ ସଂକେତ ଦେଇଛନ୍ତି । ମୁସାରଫ ୧୯୯୯ ମସିହାରେ ତତକାଳୀନ ନଓ୍ଵାଜ ସରିଫ ସରକାରକୁ ଗାଦିଚ୍ୟୁତ କରି କ୍ଷମତା ହାତେଇଥିଲେ । ସେ ୨୦୦୮ ପର୍ଯ୍ୟନ୍ତ ପାକିସ୍ତାନର ଶାସକ ଥିଲେ ।

ସମ୍ବନ୍ଧିତ ଖବର