କଶ୍ମୀର : ଅକ୍ଟୋବରରେ ହେବ ବିଶ୍ୱ ନିବେଶକ ସମ୍ମିଳନୀ, ଆସିବେ ଦେଶ ବିଦେଶର ନିବେଶକ,ଶିଳ୍ପପତି

ଶ୍ରୀନଗର : ଜମ୍ମୁ ଓ କଶ୍ମୀରର ବିକାଶ ପାଇଁ ସରକାର ଦେଶୀ ଓ ବିଦେଶୀ ପୁଞ୍ଜିନିବେଶ ଆକୃଷ୍ଟ କରିବାକୁ ଯୋଜନା କରିଛନ୍ତି । ଏଥିପାଇଁ ଆସନ୍ତା ଅକ୍ଟୋବର ୧୨ରୁ ୧୪ ପର୍ଯ୍ୟନ୍ତ ଶ୍ରୀନଗରରେ ଏକ ଗ୍ଲୋବାଲ ଇନଭେଷ୍ଟର୍ସ ମିଟ ଅନୁଷ୍ଠିତ ହେବ । ଏ ସଂପର୍କରେ ସୂଚନା ଦେଇଛନ୍ତି ରାଜ୍ୟର ପ୍ରମୁଖ ଶାସନ ସଚିବ ନବୀନ ଚୌଧୁରୀ କହିଛନ୍ତି । ସେ କହିଛନ୍ତି ଯେ ଏହା ମାଧ୍ୟମରେ ଜମ୍ମୁ ଓ କଶ୍ମୀରକୁ ଏକ ଭରଷାଯୋଗ୍ୟ ପୁଞ୍ଜିନିବେଶସ୍ଥଳୀ ଭାବେ ପ୍ରଦର୍ଶିତ କରାଯିବ । ଏହି ସମ୍ମିଳନୀରେ ଯୋଗ ଦେବାକୁ ଦେଶ ବିଦେଶର ବଡ଼ ବଡ଼ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କରାଯିବ । ଏହି ସମ୍ମିଳନୀମାଧ୍ୟମରେ ନିବେଶକଙ୍କ ମନରେ ରହିଥିବା ଭୟ ଓ ଆଶଙ୍କାକୁ ଦୂର କରାଯିବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତି ଉଦ୍ଦେଶ୍ୟରେ ନିଜର ଅଭିଭାଷଣରେ କଶ୍ମୀର ବିକାଶ ଲାଗି ପୁଞ୍ଜିନିବେଶ କରିବାକୁ ନିବେଶକମାନଙ୍କୁ ଆମନ୍ତ୍ରଣ ଜଣାଇଥିଲେ ।  ଏହା ସହିତ ଚଳଚ୍ଚିତ୍ର ଶିଳ୍ପକୁ ମଧ୍ୟ ସେ ଆମନ୍ତ୍ରଣ କରିଥିଲେ ।

ସମ୍ବନ୍ଧିତ ଖବର