ଶ୍ରୀନଗର: ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଦଳ ଆଇଏସ୍ଆଇଏସ୍ ପ୍ରତି ସଦିଚ୍ଛା ପ୍ରଦର୍ଶନ କରିଥିବା ମାମଲାରେ ଇର୍ଫାନ୍ ଅହମଦ୍ ଜାର୍ଗର୍ ନାମକ ଜଣେ କଶ୍ମୀରୀ ବ୍ୟକ୍ତିଙ୍କୁ ସଂଯୁକ୍ତ ଆରବ ଏମିରେଟ୍ସ୍ ନିର୍ବାସିତ କରିଛି। ଗତ ବର୍ଷ କେନ୍ଦ୍ରୀୟ କଶ୍ମୀରର ଗାନ୍ଦରବଲ୍ରୁ ଆଝାର୍ ଉଲ୍ ଇସ୍ଲାମ୍ ନାମକ ସେହି ଏକା ଅଭିଯୋଗରେ ୟୁଏଇରୁ ନିର୍ବାସିତ ହୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଇଏସ୍ଆଇଏସ୍ର ସମର୍ଥକ ସାଜି ଏ ବର୍ଷ ମେ ୨୫ ତାରିଖ ଦିନ ଶ୍ରୀନଗରର ଅଫ୍ଶାନ୍ ପର୍ବେଜ୍ ନାମକ ଜଣେ ବ୍ୟକ୍ତି ତୁର୍କୀରୁ ନିର୍ବାସିତ ହୋଇଥିଲେ।
ଇଞ୍ଜିନିୟରିଂରେ ସ୍ନାତକ ଲାଭ କରିଥିବା ୩୬ ବର୍ଷିୟ ଇର୍ଫାନ୍ ଅହମ୍ମଦ୍ ଜାର୍ଗର୍ ପୁରୁଣା ଶ୍ରୀନଗର ସହର ଅନ୍ତର୍ଗତ ଚତ୍ତାତାବଲ୍ର ବାସିନ୍ଦା। ଅଗଷ୍ଟ ୧୪ ତାରିଖ ଦିନ ଦୁବାଇସ୍ଥିତ ଭାରତୀୟ କନ୍ସୁଲେଟ୍ ଜେନେରାଲ୍ଙ୍କ ହସ୍ତକ୍ଷେପ ପରେ ଦୁବାଇରୁ ନିର୍ବାସିତ ହୋଇଛନ୍ତି। ପଚରା ଉଚୁରୁ ପାଇଁ ଦୁବାଇ ପୁଲିସ ତାଙ୍କୁ ଏପ୍ରିଲ୍ ୨୮ ତାରିଖରୁ ବିମାନ ବନ୍ଦରରୁ ଉଠାଇ ନେଇ ଯିବା ପରେ ତାଙ୍କୁ ଠାବ କରିବାକୁ ତାଙ୍କ ପରିବାର ତରଫରୁ ଅନୁରୋଧ ପାଇ ଇଣ୍ଡିଆନ୍ ମିସନ୍ ଅନୁସନ୍ଧାନ ଚଳାଇଥିଲା।
ଓମାନ୍ରୁ ଦୁବାଇକୁ ପ୍ରବେଶ କରୁଥିବା ବେଳେ ଦୁବାଇ ପୁଲିସ ତାଙ୍କୁ ଗିରଫ କରିଥିଲା। ସମାଜିକ ଗଣମାଧ୍ୟମ ସାଇଟ୍ ବିଶେଷକରି, ସିରିୟା ଏବଂ ଇରାନ୍ରେ ଆଇଏସ୍ଆଇଏସ୍ କାର୍ଯ୍ୟକଳାପ ସବୁକୁ ତାଙ୍କର ପ୍ରଶଂସା କରିବା ବିଷୟରେ ପୁଲିସ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିଥିଲା। ସାମାଜିକ ଗଣମାଧ୍ୟମରେ ଜାର୍ଗର ଥିଲେ ଅତ୍ୟନ୍ତ ସକ୍ରିୟ।
ଶାରଜା ଠାରେ ଥିବା ଜାର୍ଗର୍ଙ୍କ ଆପାର୍ଟମେଣ୍ଟ୍ରେ ମଧ୍ୟ ଦୁବାଇ ପୁଲିସ ତଲାସ କରିଥିଲା।
ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ହସ୍ତକ୍ଷେପ ଯୋଗୁଁ ଅଗଷ୍ଟ ୧୪ ତାରିଖ ଦିନ ଜାର୍ଗର୍ଙ୍କୁ ଭାରତକୁ ଛଡ଼ା ଯାଇଥିଲା। ସାହାଯ୍ୟ ପାଇଁ ଜାର୍ଗର୍ଙ୍କ ପରିବାରର ଜଣେ ସଦସ୍ୟ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଅନୁରୋଧ କରିଥିଲେ। ସେ ତାଙ୍କୁ ସହାୟତା କରିବାକୁ ପ୍ରତିଶ୍ରୁତି ଦେବା ପରେ ଦୁବାଇସ୍ଥିତ ଭାରତୀୟ କନ୍ସୁଲେଟ୍ ଜେନେରାଲ୍ ତାଙ୍କ ଖୋଜିବା ଆରମ୍ଭ କରିଥିଲେ। ପ୍ରଥମେ ଇର୍ଫାନ୍ଙ୍କୁ ହସ୍ତାନ୍ତର କରିବାକୁ ଦୁବାଇ ପୁଲିସ ମନା କରି ଦେଇଥିଲା। କିନ୍ତୁ, ଭାରତୀୟ ମିସନ୍ ଦୀର୍ଘ ୫ ମାସ କାଳ ବୁଝାବୁଝି କରବା ପରେ ଦୁବାଇ ପୁଲିସ ରାଜି ହୋଇଥିଲା।
ନେସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସିଙ୍କ ସମେତ ଅନେକ ନିରାପତ୍ତା ଏଜେନ୍ସି ଜାର୍ଗରଙ୍କୁ ୫ ଦିନ ଥରି ପଚରା ଉଚୁରା କରିବା ପରେ ଶେଷରେ ରବିବାର ଦିନ ଜମ୍ମୁ ଓ କଶ୍ମୀର ପୁଲିସଙ୍କ ଜିମା ଗଲା।