ପାକ୍‌ ମନ୍ତ୍ରୀଙ୍କ ‘କର୍‌ତାରପୁର ଗୁଗ୍‌ଲି’ ଟିପ୍ପଣୀକୁ ନେଇ ଝଡ଼

ନୂଆଦିଲ୍ଲୀ: କର୍‌ତାରପୁର କରିଡର ଶିଳାନ୍ୟାସ ଉତ୍ସବରେ ଯୋଗଦେବା ପାଇଁ ଭାରତ ଏହାର ୨ ମନ୍ତ୍ରୀଙ୍କୁ ପାକିସ୍ତାନ ପଠାଇଥିଲା। ତେବେ ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେଶି କହିଥିଲେ ଯେ ଇମ୍ରାନ୍‌ ଖାନ୍‌ଙ୍କ ‘କର୍‌ତାରପୁର ଗୁଗ୍‌ଲି’ ଟିପ୍ପଣୀ ଭାରତକୁ ଏହାର ଦୁଇ ମନ୍ତ୍ରୀଙ୍କୁ ପାକିସ୍ତାନ ପଠାଇବା ପାଇଁ ବାଧ୍ୟ କଲା। କ୍ୟୁରେଶିଙ୍କ ଏଭଳି ଟିପ୍ପଣୀକୁ ଭାରତ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। କ୍ୟୁରେଶିଙ୍କ ଗୁଗ୍‌ଲି ଟିପ୍ପଣୀ ନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ମନ୍ତ୍ରୀ ହରସିମ୍ରତ କୌର ବାଦଲ କହିଛନ୍ତି। ବାଦଲ୍‌ ଆଜି ଟ୍ବିଟ୍‌ ମାଧ୍ୟମରେ ଇମ୍ରାନ୍‌ଙ୍କୁ ଏଥିପାଇଁ ହସ୍ତକ୍ଷେପ କରିବାକୁ କହିଛନ୍ତି।

ସମ୍ବନ୍ଧିତ ଖବର