କଠୁଆ ବିବାଦ ଜଟିଳ:ସବୁ ବିଜେପି ମନ୍ତ୍ରୀ ଇସ୍ତଫା ଦେଲେ

ଶ୍ରୀନଗର: କଠୁଆ କାଣ୍ଡକୁ ନେଇ ଜମ୍ମୁ କଶ୍ମୀରରେ ରାଜନୈତିକ ଭୂକମ୍ପ ଆସିଛି। ଗଣଦୁଷ୍କର୍ମ ଏବଂ ହତ୍ୟା ଅଭିଯୁକ୍ତଙ୍କୁ ସମର୍ଥନରେ ର‍୍ୟାଲି କରିଥିବା ଦୁଇ ଜଣ ମନ୍ତ୍ରୀ ପୂର୍ବରୁ ଇସ୍ତଫା ଦେଇଥିବା ବେଳେ  ମେଣ୍ଟ ସରକାରୁ ସମସ୍ତ ବିଜେପି ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଦଳର ରାଜ୍ୟ ସଭାପତିଙ୍କୁ ଏହି ମନ୍ତ୍ରୀମାନେ ସେମାନଙ୍କ ଇସ୍ତଫା ଦେଇଛନ୍ତି ଏବଂ ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ।  ରାଜ୍ୟ ବିଜେପିର ଜରୁରୀ ବୈଠକ ଡକାଯାଇଛି। ୨୦୧୫ରେ ଗଠନ ହୋଇଥିବା ମେଣ୍ଟ ସରକାରରେ ବିଜେପିରୁ ୧୦ ଜଣ ମନ୍ତ୍ରୀ ହୋଇଥିଲେ। ଉପମୁଖ୍ୟମନ୍ତ୍ରୀ ପଦ ବିଜେପି ନେତା ଡ. ନିର୍ମଳ ସିଂହଙ୍କୁ ଦିଆଯାଇଥିଲା।

ସମ୍ବନ୍ଧିତ ଖବର