ତାମିଲନାଡ଼ୁରେ ପହଞ୍ଚିବା ପୂର୍ବରୁ କାବେରୀ ଜଳକୁ ପ୍ରଦୂଷିତ କରୁଛି କର୍ଣ୍ଣାଟକ

ଚେନ୍ନାଇ : ଦକ୍ଷିଣ ରାଜ୍ୟ କର୍ଣ୍ଣାଟକ ଏବଂ ତାମିଲନାଡ଼ୁ ମଧ୍ୟରେ କାବେରୀ ନଦୀ ଜଳ ଆବଣ୍ଟନକୁ ନେଇ ଦୀର୍ଘଦିନ ହେଲା ବିବାଦ ଲାଗି ରହିଛି। ତେବେ ଏହି ଲଢ଼େଇ ଏବେ ଭିନ୍ନ ମୋଡ଼ ନେଇଛି। ପାଣିର ପରମାଣକୁ ନେଇ ଚାଲିଥିବା ଲଢ଼େଇ ଜାରି ରହିଥିବା ବେଳେ ଏବେ ପାଣିର ଗୁଣବତ୍ତାକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିଜ ରିପୋର୍ଟରେ କହିଛନ୍ତି ଯେ କର୍ଣ୍ଣାଟକରୁ ତାମିଲନାଡ଼ୁ ଆସୁଥିବା କାବେରୀ ନଦୀ ଜଳ ପ୍ରଦୂଷିତ ହୋଇଯାଇଛି । ବୋର୍ଡ ପକ୍ଷରୁ ସୁପ୍ରିମ୍‌ କୋର୍ଟଙ୍କୁ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି ତାମିଲନାଡ଼ୁରେ ପ୍ରବେଶ ପୂର୍ବରୁ କର୍ଣ୍ଣାଟକ ନଦୀ ଜଳକୁ ପ୍ରଦୂଷିତ କରୁଛି ଏବଂ ପ୍ରଦୂଷଣସ୍ତର ଅତି ବିପଜ୍ଜନକ ରହିଛି। କାବେରୀର ଶାଖା ନଦୀ ଥେନ୍‌ପୋନାୟର ଏବଂ ଅର୍କାବତୀ ନଦୀର ଜଳ ତାମିଲନାଡ଼ୁରେ ପ୍ରବେଶ ପୂର୍ବରୁ କାବେରୀ ଜଳକୁ ସାଂଘାତିକ ପ୍ରଦୂଷିତ କରୁଛି । କର୍ଣ୍ଣାଟକ ଦୂଷିତ ନର୍ଦ୍ଦମା ଜଳ ଏବଂ ଶିଳ୍ପାନୁଷ୍ଠାନର ବର୍ଜ୍ୟପାଣିକୁ ନଦୀରେ ଛାଡ଼ୁଥିବାରୁ ଏଭଳି ସ୍ଥିତି ଉପୁଜିଛି।

ତାମିଲନାଡ଼ୁର କେନ୍ଦ୍ରାଞ୍ଚଳକୁ ବାଦଦେଲେ ସମସ୍ତ ଅଂଚଳ ପାଇଁ କାବେରୀ ନଦୀ ଜଳ ଅତି ଜରୁରୀ ହୋଇଥିବା ବେଳେ କର୍ଣ୍ଣାଟକର ଏଭଳି ବେପରୁଆ କାର୍ଯ୍ୟ ଚିନ୍ତାର ବିଷୟ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କହିଛି । ପ୍ରଦୂଷଣ ରୋକିବା ପାଇଁ ସରକାର ତୁରନ୍ତ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ ଗୁରୁତ୍ୱାପେରାପ କରାଯାଇଛି ।

ସମ୍ବନ୍ଧିତ ଖବର