କୌନ ବନେଗା କରୋଡ଼ପତି ନାମରେ ଠକେଇ, ଏହି କୋଡ଼୍‍ ଥିବା ନମ୍ବରରୁ କଲ୍‌ କରି ଲୁଟି ନେଉଛନ୍ତି ଟଙ୍କା

ନୂଆଦିଲ୍ଲୀ: କୌନ୍‌ ବନେଗା କରୋଡ଼ପତିର ସିଜିନ୍‌-୧୦ ଆରମ୍ଭ ହେବା ପରଠାରୁ ଏହାର ନାମର ଦୂରୁପୟୋଗ ହେବା କଥା ସାମ୍ନାକୁ ଆସୁଛି । ପୂର୍ବରୁ ଏହି ସୋ’ର ନାଁ ନେଇ ସାଧାରଣ ଲୋକମାନଙ୍କ ଠାରୁ ଚୋରମାନେ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବାର ଖବର ଆସିଥିବା ବେଳେ ଏବେ ପୁଣି ସେଭଳି ଏକ ଖବର ମୁଣ୍ଡ ଟେକିଛି । ସୂଚନା ମୁତାବକ,ଏବେ ସ୍କାମରମାନେ କୌଣସି ବି ନମ୍ବର ଡ଼ାଏଲ କରି ଲୋକମାନଙ୍କୁ କେବିସିର ରିପ୍ରେଜେଣ୍ଟଟେଟିଭ୍‌ ବୋଲି କହିବା ସହ ଏହି ଖେଳ କେମିତି ଖେଳିବେ ତାହାର ପ୍ରକ୍ରିୟା କହିବା ଆରମ୍ଭ କରି ଦେଉଛନ୍ତି ।

ନମ୍ବର କେଉଁଠୁ ପାଇଲ ବୋଲି ପଚରାଯିବାରୁ ସ୍କାମରମାନେ ଆପଣଙ୍କ ପରିବାରରୁ ବୋଧହୁଏ କେହି ସୋ’ରେ ଭାଗ ନେବା ପାଇଁ ଚେଷ୍ଟା କରିଥିବେ । ଯାହାଦ୍ୱାରା ଆପଣଙ୍କ ନମ୍ବର ଆମ ପାଖରେ ଅଛି ବୋଲି କହି ସେମାନେ ବିଶ୍ୱାସ ଜନ୍ମାଇଥାନ୍ତି । ଯଦି କେହି ସେମାନଙ୍କ ଜାଲରେ ନ ଫସୁଛି ସେମାନେ କେବିସି ପାଇଁ ଆପଣ ସର୍ଟଲିଷ୍ଟ ହୋଇଛନ୍ତି ବୋଲି କହି ଲୋକମାନଙ୍କ ଧ୍ୟାନ ନିଜ ଆଡ଼କୁ ଆଣୁଛନ୍ତି । ଦୁଇ ତିନୋଟି ପ୍ରଶ୍ନ କରିବା ପରେ ଆପଣ ୨୫ରୁ ୩୦ଲକ୍ଷ ଟଙ୍କା ଜିତିଗଲେ ।

financialexpress.com

କିନ୍ତୁ ଜିତିଥିବା ରାଶି ନେବା ପୂର୍ବରୁ କିଛି ଟଙ୍କା ଅପାଣଙ୍କ ବ୍ୟାଙ୍କ ଜରିଆରେ ପଠାଇବାକୁ ହେବ ବୋଲି ସେମାନେ ଲୋକମାନଙ୍କୁ ଜଣାଉଛନ୍ତି । ଯଦି କେହି ତାଙ୍କ ଜାଲରେ ଫସି ନିଜ ଆକାଉଣ୍ଟ ନମ୍ବର ଦେଇ ଦେଉଛି । ତେବେ ସ୍କାମରମାନେ ଲୋକମାନଙ୍କ ବ୍ୟାଙ୍କ ଖାତାରେ ଥିବା ସମସ୍ତ ଟଙ୍କା କାଢ଼ି ନେଉଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି ।

ପୁଲିସ ଅନୁଯାୟୀ, ସବୁଠାରୁ ଅଧିକ ୦୦୯୨ରୁ ଆରମ୍ଭ ହେଉଥିବା ନମ୍ବରରୁ କଲ ଆସୁଥିବା ଅଭିଯୋଗ କରିଛନ୍ତି ଲୋକେ । ଲୋକମାନଙ୍କର ଏଭଳି କଥାରେ ବିଶ୍ୱାସ କରିବାର ଅନ୍ୟ ଏକ କାରଣ ହେଉଛି କେବିସିର ନୂଆ କରି ଆରମ୍ଭ ହୋଇଥିବା ପ୍ଲେ ଏଲୋଙ୍ଗ ଫିଚର । ଏହି ଫିଚର ମାଧ୍ୟମରେ ଦର୍ଶକ ଲାଇଭ୍‌ ଖେଳି ପାରିବା ସହ ଲାଇଭ୍‌ ଆର୍ଥ ରାଶି ମଧ୍ୟ ଜିତି ପାରୁଛନ୍ତି । କିନ୍ତୁ ଏହି ସୁବିଧା ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧା ପାଲଟିଛି।

ସମ୍ବନ୍ଧିତ ଖବର