ରାହୁଲ ହେଉଛନ୍ତି ସବୁଠାରୁ ବଡ଼ ‘ବିଦୂଷକ’ ଆଉ ‘ଭାଣ୍ଡାମୀ’ କରିବା ହେଉଛି ହେଉଛି ତାଙ୍କ କାମ; ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍‌

ନୂଆଦିଲ୍ଲୀ: ବିଧାନସଭାକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଭଙ୍ଗ କରିବା ପାଇଁ ରାଜ୍ୟପାଳଙ୍କୁ ସୁପାରିଶ କରିବା ପରେ ଏବେ ତେଲେଙ୍ଗାନାର କାମଚଳା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ସୁପ୍ରିମୋ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ରାଓ କହିଛନ୍ତି ଯେ ରାହୁଲ ହେଉଛନ୍ତି ଦେଶର ଜଣେ ସବୁଠାରୁ ବଡ଼ ‘ବିଦୂଷକ’ ଆଉ ‘ଭାଣ୍ଡାମୀ’ କରିବା ହେଉଛି ହେଉଛି ତାଙ୍କ କାମ। ସଂସଦରେ ଏନ୍‌ଡିଏ ସରକାର ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଥିବା ବେଳେ ରାହୁଲ ଯେପରି ଭାବେ ଯାଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୁଣ୍ଢାଇ ପକାଇଲେ ଓ ସଂସଦ ଭିତରେ ଆଖି ମାରିଲେ, ତାକୁ ସମଗ୍ର ଦେଶ ଦେଖିଛି। କେବଳ ମାତ୍ର ଉତ୍ତରାଧିକ ସୂତ୍ରରେ ସେ କଂଗ୍ରେସର ଅଧ୍ୟକ୍ଷ ହୋଇଛନ୍ତି। ନହେଲେ ଦିଲ୍ଲୀରେ ଗାଦି ସମ୍ଭାଳିବା କିମ୍ବା ଦେଶର ଶାସନ କରିବାକୁ ତାଙ୍କର ସାମାନ୍ୟତମ ଯୋଗ୍ୟତା ସୁଦ୍ଧା ନାହିଁ। ଏପରସ୍ଥିତିରେ ଦେଶବାସୀ ଆଉ କଂଗ୍ରେସର ‘ଦାସ’ ନ ସାଜିବାକୁ ଆହ୍ଵାନ ଦେଇଛନ୍ତି କେ. ଚନ୍ଦ୍ରଶେଖର ରାଓ। ଏବଂ କଂଗ୍ରେସ ହେଉଛି ତେଲେଙ୍ଗାନା ରାଜ୍ୟର ସବୁଠାରୁ ବଡ଼ ଶତ୍ରୁ ବୋଲି କହିଛନ୍ତି କେ. ଚନ୍ଦ୍ରଶେଖର ରାଓ।

ସମ୍ବନ୍ଧିତ ଖବର