ମମତାଙ୍କ ନିମନ୍ତ୍ରଣକୁ କେସିଆର୍‌ଙ୍କ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ତେଲେଙ୍ଗାନା ରାଷ୍ଟ୍ର ସମିତି ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଜାନୁଆରି ୧୯ ରୢାଲିରେ ଯୋଗଦେବେ ନାହିଁ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ସେ ଗୋଟିଏ ମଂଚରେ ରହିପାରିବେ ନାହିଁ ବୋଲି କେସିଆର୍‌ କହିଛନ୍ତି। ଉଭୟ କଂଗ୍ରେସ ଏବଂ ବିଜେପି ବିରୋଧୀ ମେଣ୍ଟ ଗଠନରେ ପ୍ରୟାସରତ କେସିଆର ତାଙ୍କ ନିଷ୍ପତ୍ତି ସଂପର୍କରେ ମମତାଙ୍କୁ ଜଣାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର