ଭଲ ଦରରେ ତେଲ ଯୋଗାଇବାକୁ ସାଉଦି ଆରବକୁ କହିଲା ଭାରତ

ନୂଆଦିଲ୍ଲୀ : ଭାରତକୁ ତେଲ ଓ ଗ୍ୟାସ ବିକିବାବେଳେ ଏକ ଗ୍ରହଣଯୋଗ୍ୟ ଦର ଧାର୍ଯ୍ୟ କରିବାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଉଦୀ ଆରବର ତୈଳମନ୍ତ୍ରୀ ଖାଲିଦ ଅଲ ଫଲିହଙ୍କୁ କହିଛନ୍ତି । ଆଜି ନୂଆଦିଲ୍ଲୀଠାରେ ଫଲିହଙ୍କୁ ଭେଟିବା ବେଳେ ଧର୍ମେନ୍ଦ୍ର କହିଛନ୍ତି ଯେ ଦର ନିର୍ଦ୍ଧାରଣ ବେଳେ ଏପରି ଏକ ବ୍ୟବସ୍ଥା କରାଯିବା ଆବଶ୍ୟକ ଯେପରିକି ତାହା ଉଭୟ ଦେଶଙ୍କ ପାଇଁ ଗ୍ରହଣୀୟ ହେବ । ବିଗତ ଅନେକ ବର୍ଷ ଧରି ସାଉଦି ଆରବ ଭାରତକୁ ସବୁଠାରୁ ବଡ଼ ତୈଳ ରପ୍ତାନିକାରୀ ଦେଶ ରହିଆସିଥିଲା । କିନ୍ତୁ ୨୦୧୭ରେ ଇରାନ ସାଉଦି ଆରବକୁ ଟପିଯାଇଥିଲା । ସାଉଦି ଆରବ ଅପେକ୍ଷା ଇରାନ ଭାରତକୁ ଭଲ ଦରରେ ତୈଳ ଯୋଗାଉଥିବାରୁ ଭାରତ ଏବେ ଇରାନଠାରୁ ଅଧିକ ତେଲ କିଣୁଛି । ଆହୁରି ମଧ୍ୟ ଇରାନ ଭାରତଠାରୁ ଭାରତୀୟ ଟଙ୍କାରେ ପେମେଣ୍ଟ ନେଇଥାଏ । ଅନ୍ୟପକ୍ଷରେ ସାଉଦି ଆରବ ନିଜର ପୂର୍ବ ସ୍ଥାନ ଫେରିପାଇବାକୁ ଉଦ୍ୟମ ଆରମ୍ଭ କରିଛି । ଅନ୍ୟପକ୍ଷରେ ଭାରତର ପଶ୍ଚିମତଟ କାକିନାଡ଼ା ନିକଟରେ ଏକ ତୈଳ ବିଶୋଧନାଗାର ପ୍ରକଳ୍ପରେ ନିବେଶ କରିବାକୁ ଭାରତ ସାଉଦି ଆରବକୁ ଆମନ୍ତ୍ରିତ କରିଛି ।

ସମ୍ବନ୍ଧିତ ଖବର