ବାରଣାସୀରୁ ନିର୍ବାଚନ ‌ଲ‌ଢ଼ିବେ‌ନି କେଜ୍ରିୱାଲ

ଲକ୍ଷ୍ନୌ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍‌ମୀ ପାର୍ଟି ନେତା ଅରବିନ୍ଦ କେଜ୍‌ରିୱାଲ ଏଥର ବାରଣାସୀରୁ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ। ସେ ଦିଲ୍ଲୀ ନିର୍ବାଚନରେ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁଛନ୍ତି। ତେବେ ଆପ୍ ଦିଲ୍ଲୀ ସମେତ ପଞ୍ଜାବ, ହରିଆଣା ଏବଂ ଗୋଆରେ ସମସ୍ତ ଲୋକସଭା ଆସନରେ ପ୍ରାର୍ଥୀ ଦେବ ବୋଲି ଦଳର ପ୍ରବକ୍ତା ତଥା ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂହ କହିଛନ୍ତି। ବାରଣାସୀ ଆସନରେ ଦଳ ଜଣେ ଲଢ଼ୁଆ ପ୍ରାର୍ଥୀ ଦେବ। ଉତ୍ତର ପ୍ରଦେଶରେ ଦଳ କେତୋଟି ଆସନରେ ନିର୍ବାଚନ ଲଢ଼ିବ। ବାରଣାସୀ ବ୍ୟତୀତ ଦଳ ପୂର୍ବ ଏବଂ ପଶ୍ଚିମ ଉତ୍ତର ପ୍ରଦେଶରେ ପ୍ରାର୍ଥୀ ଦେବ ବୋଲି ଶ୍ରୀ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର