ବାପାଙ୍କ ପାଇଁ ଅଫିସରୁ ୫ ମାସ ଛୁଟି ନେଇ ପ୍ରଚାର କରିବାକୁ ବାହାରିଲେ ଝିଅ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଏବେ ଆମ ଆଦମୀ ପାର୍ଟି ନିଜର ପ୍ରଚାର ଅଭିଯାନ ଆରମ୍ଭ କରିଦେଇଛି | ପୁଣି ଥରେ ଦିଲ୍ଲୀ ଆସନ ଜିତିବାକୁ କେଜ୍ରିୱାଲ ଆସନ୍ତାକାଲି ନାମାଙ୍କନ ଦାଖଲ କରିବାକୁ ଯାଉଥିବା ବେଳେ ତାଙ୍କୁ ଜିତାଇବାକୁ ଏବେ ଅଣ୍ଟା ଭିଡିଛନ୍ତି କେଜ୍ରିୱାଲଙ୍କ ପତ୍ନୀ ଓ ଝିଅ | କେଜ୍ରିୱାଲଙ୍କ ନିର୍ବାଚନ ପ୍ରଚାର ପାଇଁ ତାଙ୍କ ପତ୍ନୀ ସୁନିତା କେଜ୍ରିୱାଲ ଓ ଝିଅ ହର୍ଷିତା କେଜ୍ରିୱାଲ ଏବେ ଲୋକଙ୍କ ନିକଟକୁ ଯାଉଛନ୍ତି | ନିର୍ବାଚନରେ ବାପାଙ୍କୁ ଜିତାଇବା ପାଇଁ ଏବେ ଝିଅ ହର୍ଷିତା କେଜ୍ରିୱାଲ ଦୂଆର ଦୂଆ‌ର ବୁଲି ପ୍ରଚାର (ଡୋର ଟୁ ଡୋର କ୍ୟାମ୍ପେନ) ଆରମ୍ଭ କରିଦେଇଛନ୍ତି |

Photo-PTI

ଆପ ଦଳର ୫ ବର୍ଷର ରିପୋର୍ଟ କାର୍ଡ ଧରି ଏବେ ହର୍ଷିତା ଲୋକଙ୍କ ପାଖକୁ ଯାଇ ବାପାଙ୍କୁ ଭୋଟ ଦେବାକୁ ଅନୁରୋଧ କରୁଛନ୍ତି | ହର୍ଷିତା ଆଇଆଇଟି ଦିଲ୍ଲୀରୁ ଇଂଜିନିୟରିଂ ସମାପ୍ତ କରିଥିବାବେଳେ ଗୁଡଗାଓଁରେ ଏକ କମ୍ପାନିରେ ଚାକିରି କରୁଛନ୍ତି | ତେବେ ବର୍ତ୍ତମାନ ଦିଲ୍ଲୀରେ ରାଜନୀତି ପାଣିପାଗ ଚାଲିଥିବାରୁ ନିଜ ଅଫିସରୁ ବାପାଙ୍କ ପାଇଁ ପ୍ରଚାର କରିବାକୁ ୫ ମାସ ଛୁଟି ନେଇ ଆସିଛନ୍ତି |

ସେହିପରି କେଜ୍ରିୱାଲଙ୍କ ପୁଅ ପୁଲକିତ କେଜ୍ରିୱାଲ ମଧ୍ୟ ଆଇଆଇଟି ଦିଲ୍ଲୀରେ ପାଠ ପଢୁଥିବା ବେଳେ ସନ୍ଧ୍ୟା ୫ଟାରେ କଲେଜ ସରିବା ପରେ ବାପାଙ୍କ ପାଇଁ ପ୍ରଚାର କରୁଛନ୍ତି | ଏଠାରେ ସୂଚନା ଥାଉ କି ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଆସନ୍ତା ଫେବ୍ରୁଆରି ୮ ତାରଖ ଦିନ ଭୋଟ ଗ୍ରହଣ କରାଯିବ ଓ ଫେବ୍ରୁଆରି ୧୧ରେ ଫଳାଫଳ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର