ୟୁଏଇରେ ଭୃଶଙ୍ଗ ଚାରା ବାଣ୍ଟି କେରଳ ଯୁବକଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିନେଣ୍ଟସ୍‌(ୟୁଏଇ)ରେ ଜଣେ ଭାରତୀୟ କୃଷକ ସବୁଠୁ ଅଧିକ ପରିମାଣରେ ଭୃଶଙ୍ଗ ଗଛ ଚାରା ବାଣ୍ଟି ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡ କରିଛନ୍ତି। ସରଝାରେ ରହୁଥିବା କେରଳ କୃଷକ ସୁଧୀଶ ଗୁରୁଭୟୁର ସବୁବେଳେ କୃଷି କ୍ଷେତ୍ରରେ ନିଜର କୃତିତ୍ୱ ପାଇଁ ଚର୍ଚ୍ଚାରେ ରହୁଥିବାବେଳେ ଗତ ଜୁନ୍‌ ୫ ତାରିଖରେ ବିଶ୍ୱ ପରିବେଶ ଦିବସ ଅବସରରେ ସେ ସରଝା ଇଣ୍ଡିଆନ୍‌ ହାଇସ୍କୁଲ୍‌ରେ ବିଦ୍ୟାର୍ଥୀମାନଙ୍କୁ ୪,୯୧୪ ଭୃଷଙ୍ଗା ଚାରା ଦେଇ ଗିନିସ୍‌ ଓ୍ଵାର୍ଲ୍ଡ ରେକର୍ଡ କରିଛନ୍ତି। ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ଦୁବାଇର ଗୁରୁନାନକ ଦରବାର ଦ୍ୱାରା ୨୦୮୩ ଭୃଷଙ୍ଗ ଚାରା ବଣ୍ଟାଯାଇଥିଲା କିନ୍ତୁ ସୁଧୀଶ ଏହି ରେକର୍ଡ ଭଙ୍ଗ କରି ବିଦେଶ ମାଟିରେ ଭାରତର ଗୌରବ ବଢ଼ାଇଛନ୍ତି। ତେବେ ୫ଟି ଲିମ୍‌କା ବୁକ୍‌ ରେକର୍ଡ କରିଥିବା ଏବଂ ଅନ୍ୟାନ୍ୟ ସମ୍ମାନର ଅଧିକାରୀ ହୋଇଥିବା ଗୁରୁଭୟୁର କହିଛନ୍ତି ଯେ ତାଙ୍କର ଏହି ସ୍ୱପ୍ନର ପ୍ରକଳ୍ପ ପାଇଁ ସେ ୩ ମାସ ହେବ ତାଙ୍କ ଫାର୍ମ୍‌ରେ ଭୃଷଙ୍ଗ ଲଗାଇଛନ୍ତି। ଏହି ଚାରା ଗୁଡ଼ିକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି। ତେବେ ୩ ମାସ ପରେ ଏହି ଚାରା ଗୁଡ଼ିକ କେତେ ବୃଦ୍ଧି ପାଇଛି ତାହା ସମୀକ୍ଷା କରାଯିବ ଏବଂ ଗଛ ଗୁଡ଼ିକର ସବୁଠାରୁ ଭଲ ଯତ୍ନ ନେଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଦିଆଯିବ।

ସମ୍ବନ୍ଧିତ ଖବର