ସୋମବାର ୨୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କଲେ କେରଳ ସରକାର

ତିରୁବନ୍ତପୁରମ: କରୋନା ଭୂତାଣୁର ପ୍ରଭାବକୁ ରୋକିବା ପାଇଁ ସାରା ବିଶ୍ୱ ଏବେ ଲାଗିପଡିଥିବା ବେଳେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ଆଜି କେରଳରେ ୨୮ଜଣ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି | ଏକା ସାଙ୍ଗରେ ୨୮ଜଣଙ୍କର ରିପୋର୍ଟ ପଜିଟିଭ ଆସିବା ପରେ କେରଳ ସରକାର ମାର୍ଚ୍ଚ ୩୧ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରିଛନ୍ତି |

କୋଭିଡ-୧୯ର ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ପୀନାରାୟୀ ବିଜୟନ ଗଣମାଧ୍ୟମକୁ କହିଛନ୍ତି ଯେ, ୨୮ଟି ପଜିଟିଭ ମାମଲା ମଧ୍ୟରୁ ସବୁଠାରୁ ଅଧିକ ପ୍ରଭାବିତ ଉତ୍ତର ଜିଲ୍ଲା କାସାରାଗୋଡରୁ ୧୯ଟି, କନ୍ନୁରରୁ ପାଞ୍ଚଟି, ପଥାନାମିଥିତାରୁ ଜଣେ, ଏର୍ନାକୁଲମରୁ ଦୁଇଜଣ ଏବଂ ଥ୍ରିସୁରର ଜଣେ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି |

Image result for Kerala announces lockdown till March 31 as 28 fresh Covid-19 cases reported
News Nation

କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ୨୮ଜଣଙ୍କ ମଧ୍ୟରୁ ୨୫ଜଣ ଦୁବାଇରୁ ଫେରିଥିବା ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେବା ସହ ପରିସ୍ଥିତିକୁ ଦେଖି ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରିଛନ୍ତି। ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସୀମା ରାସ୍ତା ବନ୍ଦ ରହିବ। କେରଳ ରାଜ୍ୟ ସଡକ ପରିବହନ ନିଗମ ଏବଂ ଘରୋଇ ବସ୍ ଚଳାଚଳ କରିବ ନାହିଁ, କିନ୍ତୁ ଘରୋଇ ଯାନକୁ ଅନୁମତି ଦିଆଯିବ। ପେଟ୍ରୋଲ ଷ୍ଟେସନ ବନ୍ଦ ନହେବା ସହ ଏଲପିଜି ବଣ୍ଟନକୁ ଅନୁମତି ଦିଆଯିବ |

ସୂଚନା ମୁତାବକ, ପୂର୍ବରୁ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ୪ଜଣଙ୍କୁ ଚିକିତ୍ସା ପରେ ଡିସଚାର୍ଜ କରାଯାଇଥିଲା। ଏଥିମଧ୍ୟରୁ ତିନିଜଣ ଉହାନରେ ରହି ଡାକ୍ତରୀ ପାଠ ପଢୁଥିଲେ।

ସମ୍ବନ୍ଧିତ ଖବର