ଦେଶରେ ପ୍ରଥମ: ଦୁଇ ଲିଙ୍ଗ ପରିବର୍ତ୍ତନକାରୀଙ୍କ ମଧ୍ୟରେ ହେଲା ଆନୁଷ୍ଠାନିକ ବିବାହ

ଚେନ୍ନାଇ: ଭାରତୀୟ ସମାଜରେ ବିବାହ ପାଇଁ ରହିଥିବା ଲିଙ୍ଗଗତ ପ୍ରଥାକୁ ଭ୍ରୁକ୍ଷେପ ନକରି କେରଳର ଦୁଇଜଣ ଲିଙ୍ଗ ପରିବର୍ତ୍ତନକାରୀ (ଟ୍ରାନ୍ସ ସେକ୍ସୁଆଲ) ଆଜି ପରସ୍ପର ସହ ବିବାହ ବନ୍ଧନରେ ଆବଦ୍ଧ ହେବା ଘଟଣା ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି। ଦେଶର ସଂପୂର୍ଣ୍ଣ ଶିକ୍ଷିତ ରାଜ୍ୟ କେରଳର ଥିରୁବନ୍ତପୁରମ୍‌ ଠାରେ ଆଜି ସଂପୂର୍ଣ୍ଣ ସାମାଜିକ ସ୍ୱୀକୃତିର ସହ ସଂପନ୍ନ ହୋଇଥିବା ଏହି ଟ୍ରାନ୍ସ ସେକ୍ସୁଆଲ ବିବାହ ଦେଶର ସର୍ବପ୍ରଥମ ଟ୍ରାନ୍ସ ସେକ୍ସୁଆଲ ବିବାହ ଥିବା କୁହାଯାଉଛି।


ଲିଙ୍ଗ ପରିବର୍ତ୍ତନ ପରେ ପରସ୍ପର ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଏହି ଟ୍ରାନ୍ସ ସେକ୍ସୁଆଲ (ଲିଙ୍ଗପରିବର୍ତ୍ତନକାରୀ) ଦମ୍ପତି ହେଲେ ଇସାନ୍‌ କେ ଶାନ୍‌(୩୩) ଓ ସୂର୍ଯ୍ୟା (୩୦)। ଆଜି ଥିରୁବନ୍ତପୁରମ ଠାରେ ଆୟୋଜିତ ହୋଇଥିବା ଏକ ଆଡ଼ମ୍ବରପୂର୍ଣ୍ଣ ଉତ୍ସବରେ ଇସାନ୍‌ ଓ ସୂର୍ଯ୍ୟାଙ୍କର ବିବାହ ଅନୁଷ୍ଠିତ ହୋଇଥିଲା। ଏଥିସହ ସମଗ୍ର ଦେଶରେ ଦୁଇ ଲିଙ୍ଗ ପରିବର୍ତ୍ତନକାରୀଙ୍କ ମଧ୍ୟରେ ଏହା ସର୍ବପ୍ରଥମ ବିବାହ ଥିବା ସହ ଏକ ନୂତନ ଇତିହାସ ମଧ୍ୟ ସୃଷ୍ଟି କରିଛି। ଅବଶ୍ୟ ଇସାନ୍‌ ଓ ସୂର୍ଯ୍ୟା ପରସ୍ପର ସହ ବିବାହ ବନ୍ଧନରେ ଆବଦ୍ଧ ହେବା ପୂର୍ବରୁ ସେମାନଙ୍କ ବିବାହ ପାଇଁ ସାମାଜିକ ସ୍ୱୀକୃତି ଲାଭ କରିବାକୁ ସେମାନଙ୍କୁ ବହୁ କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର