ପାଲକ୍କଡ଼: ଦୁଇ ଚକିଆ ଯାନ ଚାଲେଞ୍ଜ୍ରେ ଭାଗ ନେଇ କେରଳର ଜଣେ ୨୧ ବର୍ଷିୟ ଇଞ୍ଜିନିୟରିଙ୍ଗ୍ ଛାତ୍ର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା କଥା ପୁଲିସ ଗୁରୁବାର ଦିନ କହିଛି।
ପାଲକ୍କଡ଼ ଜିଲ୍ଲା ଅନ୍ତର୍ଗତ ପାମ୍ବାଡ଼ୀସ୍ଥିତ ଏକ ଆଞ୍ଚଳିକ କଲେଜରେ ଶେଷ ବର୍ଷ ଅଧ୍ୟୟନ କରୁଥିବା ମିଠୁନ ନିଜ ବାଇକ୍ ଚଳାଉଥିବା ବେଳେ ବୁଧବାର ଭୋର୍ ପ୍ରାୟ ୪ଟା ବେଳେ ବେଙ୍ଗାଲୁରୁ-ପୁଣେ ଜାତୀୟ ରାଜପଥ ମଧ୍ୟସ୍ଥ ଚିତ୍ରଦୁର୍ଗା ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ବୋଲି ପୁଲିସ କହିଛି।
ଆଗରେ ଚାଲୁଥିବା ଏକ ଲରି ଡ୍ରାଇଭର ହଠାତ୍ ବ୍ରେକ୍ କଷି ଦେବାରୁ ମିଠୁନଙ୍କ ବାଇକ୍ ଧକ୍କା ଖାଇ ଏକ ରକମ ସେ ଗାଡ଼ି ଭିତରକୁ ପଶି ଯାଇଥିଲା।
ପରିବାର ସୂତ୍ରକୁ ଆଧାର କରି ପୁଲିସ କହିଛି ଯେ ଦ୍ରୁତ ଗତିରେ ବାଇକ୍ ଚାଳନା କରିବାକୁ ସେ ବାତୁଳ ପ୍ରାୟ ହୋଇଥାଏ। ୨୨ ଘଣ୍ଟାରେ ୧, ୫୦୦ କିଲୋମିଟର୍ ଅତିକ୍ରମ କରିବା ନିମନ୍ତେ ଉଦ୍ଦିଷ୍ଟ ସାଡ୍ଲ୍ ସୋର୍ ଚାଲେଞ୍ଜ୍ରେ ସେ ଅଂଶ ଗ୍ରହଣ କରିଥିଲା।
ଗୋଟିଏ ଆମେରିକୀୟ ସଂଗଠନ ଦ୍ୱାରା ଉକ୍ତ ଚାଲେଞ୍ଜ୍ ପରିଚାଳିତ ହେଉଥିଲା।
ତାମିଲନାଡୁସ୍ଥିତ କୋଏମ୍ବାଟୁର୍ ଯାଉଛି ବୋଲି ମାଆଙ୍କୁ କହି ମଙ୍ଗଳବାର ସନ୍ଧ୍ୟାରେ ମିଠୁନ ଯାତ୍ରାରେ ଯାଇଥିଲା। ତାଙ୍କ ଯାତ୍ରା ଯୋଜନାର ରୁଟ୍ ମ୍ୟାପ୍ର ଏକ ଆକଳନ ପୁଲିସ ପାଇଛି। ତାହା ହେଲା: ଓଟ୍ଟାପାଲାମ ନିକଟସ୍ଥ ତାଙ୍କ ଘରୁ ବାହାରି ପାଲକ୍କଡ଼-ବେଙ୍ଗାଲୁରୁ-ପୁଣେ ଦେଇ ଯିବେ।
କିଛି ନୋଟ୍ ଖାତା, ଜରୁରୀ ପରିସ୍ଥିତି ପାଇଁ ଆବଶ୍ୟକ ଉପକରଣ ଏବଂ ଚକ୍ଲିଟ୍ ଭଳି ଖାଇବା ଜିନିଷ ସାଥିରେ ନେବା।
ଲରି ଡ୍ରାଇଭର୍ଙ୍କ ବିରୋଧରେ ବେପରୁଆ ଗାଡ଼ି ଚାଳନା ମାମଲା ରୁଜୁ କରାଯାଇଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ।